ଭାରତର S-400 ଡ଼ିଫେନ୍ସ ସିଷ୍ଟମକୁ ପାକିସ୍ଥାନ ନଷ୍ଟ କରିବାର ଦାବି ସମ୍ପୂର୍ଣ୍ଣ ମିଥ୍ୟା: ଭାରତୀୟ ସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ଦାବି କରିଛି ଯେ ଭାରତର S-400 ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି । ହେଲେ ଏହି ଦାବିକୁ ଖାରଜ କରି ଏହାକୁ ଭିତ୍ତିହୀନ ଏବଂ ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଭାରତୀୟ ସାମରିକ ଅଧିକାରୀ କହିଛନ୍ତି । ତେବେ S400କୁ ଭାରତର ‘ସୁଦର୍ଶନ ଚକ୍ର’ କୁହାଯାଏ । ଅପରେସନ ସିନ୍ଦୂର ପରେ ପାକିସ୍ତାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବାରେ ଏକ ସଫଳ ଅସ୍ତ୍ର ଭାବରେ ପ୍ରମାଣିତ ହୋଇଛି।

S-400 ଆକାଶ ବିପଦ ବିରୁଦ୍ଧରେ ଏକ ଭୟଙ୍କର ଢାଲ ପାଲଟିଛି । ସୀମା ପାରରୁ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରୁଛି ଏବଂ ଭାରତକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଉଛି।

Related Posts