
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ଥାନର ଅସ୍ତ୍ରବିରତି ଉଲ୍ଲଂଘନ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ଵ ପାକିସ୍ଥାନର ଦୋମୁହାଁ ନୀତି ଦେଖିଲା । ଏହା ମଧ୍ୟରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅସ୍ତ୍ରବିରତିର ମାତ୍ର କିଛି ଘଣ୍ଟା ପରେ, ପାକିସ୍ତାନ ପୁଣି ଥରେ ତାର ଦୋମୁହାଁ ନୀତି ଦେଖାଇଛି। ଭାରତ ସହିତ ଯୁଦ୍ଧବିରତି ଚୁକ୍ତିନାମା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶକୁ ସମ୍ବୋଧିତ କରିଥିଲେ।
ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତୁର୍କୀ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଥିଲା, ଯାହା ପାଇଁ ସେ ଗଭୀର କୃତଜ୍ଞ। ସେ ଚୀନକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ସେ ଶନିବାର ରାତି ୧୧:୩୦ ସମୟରେ ମିଥ୍ୟା ଦାବି କରି ଭାରତକୁ ଧମକ ଦେଇଥିଲେ।ସେ କହିଛନ୍ତି ଯେ ଭାରତ ଆକ୍ରମଣ କରି ଭୁଲ କରିଛି ଏବଂ ଏହାକୁ ପରିଣାମ ଭୋଗିବାକୁ ପଡିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାର ଚର୍ଚ୍ଚା ଜୋର୍ ଧରିଛି ।