ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ୍ ବୁଷ୍ଟର ଡୋଜ୍ ପାଇଁ ଅନୁମତି ଆବେଦନ

ଭାରତ ବାୟୋଟେକ୍ କୋଭାକ୍ସିନ୍ ବୁଷ୍ଟର ଡୋଜ୍ ପାଇଁ ଅନୁମତି ଆବେଦନ କରିଛି | ଦେଶରେ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢୁଥିବା ବେଳେ, ଫେଜ୍‌-୩ ଟ୍ରାଏଲ ପାଇଁ ଭାରତ ବାୟୋଟେକ୍ ଅନୁମତି ମାଗିଛି |

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କେନ୍ଦ୍ର ସରକାରଙ୍କୁ ବୁଷ୍ଟର ଡ଼ୋଜ୍ ପାଇଁ ସାହାର‌୍ୟ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ କରୋନାର ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକା ନେଇ ସାରିଛନ୍ତି ବର୍ତ୍ତମାନ ସେମାନଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବା ଉଚିତ୍ ।

କରୋନାର ପ୍ରଥମ ଡ଼ୋଜ୍ ଟିକା ୯୦ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡ଼ୋଜ୍ ଟିକା ୭୦ ପ୍ରତିଶତ ଲୋକ ନେଇଛନ୍ତି । କେଜରିୱାଲ ଏହା ମଧ୍ୟ କହିଛନ୍ତି ଯେ ଗତକାଲି ଦିଲ୍ଲୀରେ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related Posts