ଭାଲେଣ୍ଟାଇନ୍‌ ଡେ’ରେ ଭାଙ୍ଗିଲା ରାଖୀ ସାୱାନ୍ତଙ୍କ ହୃଦୟ, ସ୍ୱାମୀ ରିତେଶଙ୍କ ଠାରୁ ହେଲେ ଅଲଗା

ଭାଙ୍ଗିପଡ଼ିଛନ୍ତି ବଲିଉଡର ଡ୍ରାମା କୁଇନ୍‌ ରାଖୀ ସାୱାନ୍ତ । ପ୍ରେମର ଦିନ ତଥା ଭାଲେଣ୍ଟାଇନ୍‌ ଡେ’ରେ ପୂର୍ବରୁ ରାକ୍ଷୀ ଙ୍କ ହୃଦୟ ଭାଙ୍ଗି ଯାଇଛି । ସ୍ୱାମୀ ରିତେଶ ଓ ତାଙ୍କ ସଂପର୍କ ମଧ୍ୟରେ ପାଚିରି ଉଠିଯାଇଛି । ସ୍ବାମୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ଘୋଷଣା କରିଛନ୍ତି ରାଖୀ। ଏନେଇ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଝଟ୍‌କା ଦେବା ସହ ବି-ଟାଉନ୍‌ର ଚର୍ଚ୍ଚାର ବିଷୟ ପାଲଟିଛି।

ରାଖୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ରାଖୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ତାଙ୍କୁ ଦେଖି ନଥିଲେ କି ସେ କେବେ ବି କ୍ୟାମେରା ସାମ୍ନାକୁ ଆସିନଥିଲେ। ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ଦୁହେଁ ଅଲଗା ହୋଇ ଯାଇଛନ୍ତି। ଏନେଇ ଇନ୍‌ଷ୍ଟାଗ୍ରାମରେ ରାଖୀ ନିଜେ ସୂଚନା ଦେଇଛନ୍ତି। ରାଖୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ-୧୫’ ଶୋ ପରେ ବହୁତ କିଛି ଆମ ଜୀବନରେ ଘଟି ଯାଇଛି ଏବଂ ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ମୋତେ ଏହା ଠିକ୍‌ ହେଲା ଭଳି ଲାଗୁନି। ତେଣୁ ଆମେ ଦୁହେଁ ଅଲଗା ହୋଇଯିବା ହିଁ ଭଲ ଏବଂ ନିଜ ନିଜ ଜୀବନରେ ଏକାକି ଆଗକୁ ବଢ଼ିବା ଉଚିତ।’

Related Posts