
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଠୁ ଆରମ୍ଭ ହୋଇଯିବ ମତଦାନ | ଏନେଇ ପ୍ରସ୍ତୁତି ଏବେ ଜୋର ଧରିଥିବା ବେଳେ, କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ମତଗଣନା କାର୍ଯ୍ୟରେ କୋଭିଡ୍-୧୯ ନିୟମାବଳୀକୁ କଡ଼ାକଡ଼ି କରାଯାଇଛି | କୋଭିଡ୍-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ପୂର୍ବରୁ ଆର୍ଟିପିସିଆର ଟେଷ୍ଟିଂ କୁ ବାଧ୍ୟତାମୂଳକ କରାଯାଇଛି |
ଭୋଟିଂ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଗାଇଡ଼ଲାଇନ୍ ଜାରୀ କରାଯାଇଛି । ଯାହାଫଳରେ ପ୍ରତି କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ପରିଧାନ କରି ମତଗଣନା କାର୍ୟ୍ୟରେ ନିୟୋଜିତ ହେବେ ।
କେବଳ ଏତିକି ନୁହେଁ କୋଭିଡ୍ ଦ୍ୱିତୀୟ ଟିକା ନେଇଥିବା ସତ୍ତ୍ୱେ ଯଦି କୋଭିଡ୍ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ଦେଖାଦିଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ଭୋଟର୍ଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ରହିବ। ପ୍ରତ୍ୟେକ ଭୋଟର୍ ମାସ୍କ ପରିଧାନ କରି ମତଦାନ କରିବେ ।