
ହୁତୁହୁତୁ ହୋଇ ଜଳିଲା ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କ ବହୁ ଚର୍ଚ୍ଚିତ ଶୋ’ ବିଗ୍ ବସ୍ ସେଟ୍ । ଏନେଇ ଏହି ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି। ଏଏନ୍ଆଇ ରିପୋର୍ଟ ମୁତାବକ, ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ଫଳରେ ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବା ସୂଚନା ମିଳିଛି । ଏହା ଲେବୁଲ ୧ର ଅଗ୍ନିକାଣ୍ଡ ଥିଲା ବୋଲି ଜଣାପଡିଛି। ତେବେ ବିଗ୍ ବସ୍ ସେଟ୍ର କେଉଁ ଭାଗରେ ନିଆଁ ଲାଗିଛି ଓ କିଭଳି ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ।
ବର୍ତ୍ତମାନ ଲାଗି ଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ବିଗ୍ ବସ୍ ସେଟ୍ରେ ଲାଗିଥିବା ନିଆଁର କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଏମ୍ସି ଦେଇଥିବା ସୂଚନା ମୁତାବକ, ମୁମ୍ବାଇର ଗୋରେଗାଓଁ ସ୍ଥିତ ରିଆଲିଟି ଶୋ ବିଗ୍ ବସ୍ର ସେଟ୍ରେ ଆଜି ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟିଥିଲା ।