ମମିତା ମେହେରଙ୍କୁ ନ୍ୟାୟ ମିଳିବା ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କରି ଡିଜିପିଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ୍ ଅଧ୍ୟକ୍ଷା

ନ୍ୟାୟ ଅପେକ୍ଷାର ବହୁ ଚର୍ଚ୍ଚିତ ମମିତା ମେହେର । ଆଜିକୁ ଏହି ହତ୍ୟାକାଣ୍ଡ ଘଟଣା ୪ ମାସ ବିତିବାକୁ ବସିଥିବା ବେଳେ, ଏବେ ବି ମିଳିପାରିନାହିଁ ମୃତ ମମତାଙ୍କ ପରିବାରକୁ ନ୍ୟାୟ । ଏବେବି ନ୍ୟାୟ ଅପେକ୍ଷାରେ ରହିଛନ୍ତି ମମିତା ମେହେରଙ୍କ ପରିବାର ।

ଘଟଣାର ସଠିକ୍ ତଦନ୍ତ କରାଯାଉନଥିବା ଓ ତଦନ୍ତ ବାଟବଣା ହେଉଥିବା ସବୁ ସମୟରେ ବିରୋଧୀ ମାନଙ୍କ ଦ୍ୱାରା ଅଭିଯୋଗ ହେଉଥିଲା ମାତ୍ର ଆଜି ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ଡିଜିପିଙ୍କୁ ଭେଟିଛନ୍ତି ଜାତୀୟ ମହିଳା କମିଶନ୍ ଅଧ୍ୟକ୍ଷା ରେଖା ଶର୍ମା ।

ଏହା ସହିତ କଟକରେ ଏକ ସମ୍ବାଦିକ ସମ୍ମିଳନୀ କରି ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ରେଖା ଶର୍ମା ।

ଏପଟେ ଏବେବି ରାଜ୍ୟରେ ମମିତା ତାତି ରହିଛି । ସବୁ ସମୟରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗାଡ କରି ରାଜ୍ୟ ସରକାରଙ୍କୁ ମମିତା ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି ବିରୋଧୀ । ମାତ୍ର ଏହି ସବୁ ସତ୍ଵ ମମତା ଙ୍କୁ ନ୍ୟାୟ ମିଳିପାରିନାହିଁ ।

Related Posts