ମାତିଲେ ଲାଲବାହିନୀ, ଜାଳିଦେଲେ ୫ ଗାଡ଼ି, ଜଣଙ୍କୁ ଅପହରଣ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ମାଓବାଦୀଙ୍କ ଦେଖିବାକୁ ମିଳିଛି ଲଙ୍କାକାଣ୍ଡ | ଆତଙ୍କ ଖେଳାଇଦେଇଛନ୍ତି ମାଓବାଦୀ | ପିପଲଖୁଟା ଗାଁ ନିକଟରେ ୫ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହାପରେ ଠିକାକାମରେ ନିୟୋଜିତ ଜଣେ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଅଭିଯୋଗ ହୋଇଛି ଜଳସେଚନ ବିଭାଗ କାମକୁ ବିରୋଧ କରି ଲାଲବାହିନୀ ଏହି ହିଂସାକାଣ୍ଡ ଘଟାଇଛି । କେନାଲ୍ କାମରେ ନିୟୋଜିତ ଥିବା ୫ଟି ଗାଡ଼ରେ ନିଆଁ ଲଗାଇ ଦେଇଛନ୍ତି । ପରେ ସୁପର ଭାଇଜରଙ୍କୁ ସାଙ୍ଗରେ ନେଇ ପଳାଇଛନ୍ତି ମାଓବାଦୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର ଚଳାଇଛନ୍ତି ।

Related Posts