ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସରଗରମ ହେଉଛି ରାଜ୍ୟ ରାଜନୀତି | ଗତ କିଛି ଦିନ ଧରି ଯୋଗୀ ସରକାରଙ୍କ ପାଇଁ ବେଶ କଠିନ ସମୟ ଚାଲିଥିବା ବେଳେ, କ୍ୟାବିନେଟ୍ରୁ ୩ ମନ୍ତ୍ରୀଙ୍କ ଇସ୍ତଫା ସମେତ ମୋଟ୍ ୮ ଜଣ ନେତା ଦଳ ଛାଡିବା ଚିନ୍ତାରେ ପାଖେଇ ଦେଇଥିଲା | ଇସ୍ତଫା ଦେଇଥିବା ୩ ମନ୍ତ୍ରୀ ହେଉଛନ୍ତି ଓବିସି ନେତା । ସମସ୍ତ ଇସ୍ତଫା ଦେଇଥିବା ଓବିସି ନେତା ଦାବି କରୁଛନ୍ତି ଯେ ବିଜେପି ସରକାର ପଛୁଆ ବର୍ଗକୁ କରିଥିବା ଅବହେଳା ପାଇଁ ସେମାନେ ଦଳ ଛାଡ଼ୁଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଓଲଟା ଗେମ୍ ଖେଳିଛନ୍ତି ।
ଯୋଗୀ ଶୁକ୍ରବାର ଦିନ ଜଣେ ଦଳିତଙ୍କ ଘରେ ହିଁ ମଧ୍ୟାହ୍ନ ଭୋଜନ କରିଛନ୍ତି । ମକର ସଂକ୍ରାନ୍ତି ଅବସରରେ ମୋଦୀ ଶୁକ୍ରବାର ଦିନ ଅମୃତଲାଲ ଭାରତୀଙ୍କ ବାସଭବନରେ ଖାଇଛନ୍ତି। ଏହାପରେ ଯୋଗୀ ସାମ୍ବାଦିକମାନଙ୍କୁ କହିଛନ୍ତି, ଉତ୍ତରପ୍ରଦେଶରେ ଅଖିଳେଶ ଯାଦବ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କେବଳ ୧୮ ହଜାର ଘର ମିଳିଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଅଧୀନରେ ଗରିବମାନଙ୍କୁ ୪୫ ଲକ୍ଷ ଘର ମିଳିଛି । ଯୋଗୀ ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ଯୋଗୀ କହିଛନ୍ତି, ସପା ସରକାରରେ ସାମାଜିକ ଶୋଷଣ ଚାଲିଥିଲା । କିନ୍ତୁ ଯୋଗୀ ସରକାରଙ୍କ ଅମଳରେ ଗରିବମାନେ ଉପକୃତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରି ୧୦ ତାରିଖରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ମାର୍ଚ୍ଚ ୭ରେ ଶେଷ ହେବ । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।