ରାଜଧାନୀରେ ଆରମ୍ଭ ହୋଇପାରେ ନାଇଟ୍‌ କର୍ଫ୍ୟୁ

ଡରାଉଛି ଓମିକ୍ରନ୍‌ | ବଢୁଛି ସଂକ୍ରମଣ | ଦ୍ରୁତ ଗତିରେ ସଂକ୍ରମଣ ହାର ବଢିବାକୁ ଲାଗୁଛି | ଏହାସହିତ ଦେଶରେ ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଭଳି ପ୍ରତିବନ୍ଧକ ଲଗାଗଲାଣି। ଏହାସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରତିବନ୍ଧକ ଲଗାଯିବା ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି।

ଗତ ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ହାର ଦ୍ୱିଗୁଣିତ ହୋଇ ୦.୪୩ ପ୍ରତିଶତକୁ ଆସିଛି। ଯଦି ଆଗାମୀ ଦୁଇ ଦିନ ପାଇଁ ସ୍ଥିତି ସମାନ ରହେ ଏବଂ ସଂକ୍ରମଣ ହାର ୦.୫ ପ୍ରତିଶତରେ ପହଞ୍ଚେ, ତେବେ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇପାରେ। ଏହା ସହିତ ମେଟ୍ରୋ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ସୂଚନା ମିଳିଛି।

କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଦିଲ୍ଲୀ ସରକାର ଏକ ଗ୍ରେଡ୍ ରେସପନ୍ସ ସିଷ୍ଟମ୍ (GRAP) ପ୍ରସ୍ତୁତ କରିଛନ୍ତି।

Related Posts