ଓମିକ୍ରନ୍ର ପେଣ୍ଠସ୍ଥଳୀ ପାଲଟିବାକୁ ଲାଗିଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ଧୀରେ ଧୀରେ ବଢିବାକୁ ଲାଗିଛି | ଆଜି ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ସାମ୍ନା କୁ ଆସିଛି ।
ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା ୨୦କୁ ବୃଦ୍ଧି ପାଇଛି। ତେବେ ଏହି ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯିବା ଏକ ଆଶ୍ବସ୍ତିକର ଖବର ହୋଇଛି।