ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖା ସମୟସୀମା ବୃଦ୍ଧି, ଜଣାନ୍ତୁ କେଉଁ ତାରିଖ ଯାଏଁ ବଢ଼ିଲା ସମୟସୀମା

ରାଜ୍ୟରେ ବଢ଼ିଲା ଇଞ୍ଜିନିୟରିଂ କଲେଜଗୁଡ଼ିକର ନାମଲେଖା ସମୟସୀମା | ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଆଡ଼ମିଶନ ସମୟସୀମା ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟ ସୀମା ୧୫ତାରିଖ ଯାଏଁ ରହିଥିଲା ।

ଏହି ସମୟ ସୀମାକୁ ବଢ଼ାଇବା ପାଇଁ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରି କଲେଜ ଆସୋସିଏସନ ଓପେକା ।

ସୁପ୍ରିମକୋର୍ଟ ଏହାର ରାୟ ଶୁଣାଇ ସମୟସୀମାକୁ ବୃଦ୍ଧି କରିଛନ୍ତି । ନାମ ଲେଖା ଶେଷ ତାରିଖ ବୃଦ୍ଧି ପାଇଥିବା ନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି । ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଥିବା ପିଲାମାନେ ଡ଼ିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଯେକୌଣସି କଲେଜରେ ଆଡ଼ମିଶନ କରିପାରିବେ ବୋଲି ଓପେକା ସମ୍ପାଦକ କହିଛନ୍ତି ।

Related Posts