ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କୁ କରୋନା

କରୋନା କବଳରେ ବରିଷ୍ଠ ରାଜନେତା | ଓଡ଼ିଶାର ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ଏନେଇ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦ୍ବିତୀୟ ଥର ପାଇଁ କୋରୋନା ସଂକ୍ରମିତ ହୋଇଛନ୍ତି । ୨୦୨୦ରେ ସସ୍ମିତ ପାତ୍ର ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ପଜିଟିଭ ହେବା ପରେ ଉଭୟ ଟ୍ବିଟକରି କହିଛନ୍ତି, କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମେସ୍ତ କୋରୋନା ଟେଷ୍ଟ କରାନ୍ତୁ । ପ୍ରକାଶ ଥାଉ କି ଉଭୟେ ‌କୋରୋନା ଟିକାର ଉଭୟ ଡୋଜ୍‌ ନେଇଥିଲେ । ସୁରକ୍ଷିତ ରହିବା ପାଇଁ ମାସ୍କ ପିନ୍ଧନ୍ତୁ ଓ ସତର୍କତା ଅବଲମ୍ବନକରନ୍ତିୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।

Related Posts