ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା

ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ

ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଘରୁ ଡାକି ନେଇ ତାଙ୍କ ହାତ କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ । ମୃତକ ଜଣକ ହେଲେ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ତାଙ୍କୁ ରାଜନୈତିକ ଆକ୍ରୋଶରୁ ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଧକୋଟା ବଜାର ପାଖରେ ରହୁଥିବା ବାସଭବନ ନିକଟରେ ରାମଚନ୍ଦ୍ର ବେହେରା (୫୭)ଙ୍କୁ ସୋମବାର ରାତି ପ୍ରାୟ ୧୦ ଟା ୪୫ ମିନିଟ ସମୟରେ କିଛି ଦୁର୍ବୃତ ତାଙ୍କ ଘରୁ ଗେଟ୍ ବାହାରକୁ ଡାକିଆଣି ଧାରୁଆ ଖଣ୍ଡାରେ ତାଙ୍କ ଦୁଇ ହାତ ହାଣିବା ସହିତ ଦୁଇ ଗୋଡ ଓ ପେଟରେ ମଧ୍ୟ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ନେବା ବାଟରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।

ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋରରୁ କଠୋର ଦଣ୍ଡ ଦିଆଯିବା ଦାବିରେ ସ୍ଥାନୀୟ ଲୋକେ ଧକୋଠା । ୨୦ନଂ ଜାତୀୟ ରାଜପଥରେ ଟାୟାର ଜାଳି ଆନ୍ଦୋଳନରେ ବସିଛନ୍ତି । ଘଟଣାକୁ ନେଇ ଘଷିପୁରା ଅଞ୍ଚଳରେ ଉତେଜନା ଦେଖାଦେଇଛି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ୨ ଜଣ ସମ୍ପର୍କୀୟ ରହିଥିବା କୁହାଯାଇଛି । ଶ୍ରୀ ବେହେରାଙ୍କ ମର ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ଶବ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି ।

ଏହି ଘଟଣାକୁ ନେଇ ଘଷିପୁରା ଅଞ୍ଚଳରେ ଉତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ଘଟଣା ନୂଆମୋଡ ନେଇଛି ।

ଏହି ଘଟଣାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପରିବାରର ସମ୍ପୃକ୍ତି ରହିଛି ବୋଲି ଭାଜପା ଅଭିଯୋଗ କରିଛି । ଘଷିପୁରାର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର କହିିଛନ୍ତି ଯେ ରାମଚନ୍ଦ୍ର ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ହତ୍ୟା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ନିର୍ବାଚନ ବେଳେ ହିଂସା ବଢିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ଭାଜପାର ଏଭଳି ଅଭିଯୋଗ ପରେ ମତ ରଖିଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିରୋଧୀଙ୍କ କାମ ବିରୋଧ କରିବା । ନିର୍ବାଚନୀ ବୈତରଣୀ ପାରି ହେବାକୁ ବିରୋଧୀ ଏସବୁ ମିଥ୍ୟା ଆରୋପ ଲଗାଉଛନ୍ତି । ଆମ ପରିବାରର କୌଣସି ସଦସ୍ୟ ଏହି ଘଟଣାରେ ସମ୍ପୃକ୍ତ ନାହାନ୍ତି ବୋଲି ସେ କହିଛନ୍ତି । ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ କହଁରଙ୍କ ଅଭିଯୋଗର ଖଣ୍ଡନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଏଠାରେ ବିରୋଧୀଙ୍କ କୌଣସି ଭିତି ନାହିଁ । ସେଥିପାଇଁ ସେମାନେ ସବୁବେଳେ ହତୋତ୍ସାହିତ ହୋଇପଡୁଛନ୍ତି । ଆଗକୁ ନିର୍ବାଚନ, ସେଥିପାଇଁ ବିରୋଧୀ ହତାଶ ହୋଇ ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ ଶ୍ରୀ ବେହେରାଙ୍କୁ ଆମ ଦଳରେ ମିଶାଇବାକୁ ଉଦ୍ୟମ କରୁଥିଲୁ । ସେଥିପାଇଁ ତାଙ୍କ ସହିତ କଥାବାର୍ତା ହୋଇସାରିଥିଲା । ଏହା ଅତ୍ୟନ୍ତ ଜଘନ୍ୟ ଓ ନୃଶଂସ ହତ୍ୟାକାଣ୍ଡ । ଏହାର ଆମେ ଦୃଢ ନିନ୍ଦା କରୁଛୁ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ।

Leave A Reply

Your email address will not be published.