ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଜୋର୍ ସୋର୍ ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ୟୁପି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିଛନ୍ତି। ଘନ ଘନ ବିକାଶ ପ୍ରକଳ୍ପର ଉଦ୍ଘାଟନ ସହ ଭୋଟରଙ୍କୁ ଆକର୍ଷିତ କରିବାପାଇଁ ବିଭିନ୍ନ ସହାୟକ ଯୋଜନା ଆରମ୍ଭ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟର ମାଗଣା ରାସନ୍ ଯୋଜନା ଅଧୀନରେ ୮୦ ହଜାର ରାସନ ଦୋକାନ ମାଧ୍ୟମରେ ଗରିବମାନଙ୍କୁ ଡାଲି , ଲୁଣ ଏବଂ ତେଲ ପ୍ୟାକେଟ୍ ବାଣ୍ଟିଛନ୍ତି। ୧ କିଲୋ ଲେଖାଏଁ ଏହି ପ୍ୟାକେଟ୍ ଗୁଡ଼ିକରେ ମୋଦୀ ଏବଂ ଯୋଗୀଙ୍କର ଫଟୋ ଅଛି। ପ୍ୟାକେଟ୍ରେ ଲେଖା ଅଛି ‘ସୋଚ୍ ଇମାନଦାର, କାମ୍ ଦମଦାର’।
ଉଲ୍ଲେଖଯୋଗ୍ୟ ଯେ ଗତ ୨୦ ଦିନ ତଳେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୪ ମାସ (ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨) ପର୍ଯ୍ୟନ୍ତ ବଢ଼ାଇବା ନେଇ ଘୋଷଣା କରିଥିଲେ। ଆସନ୍ତା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧୫ କୋଟି ହିତାଧିକାରୀ ଏହି ସବୁ ପ୍ୟାକେଟ୍ ପାଇବେ।