ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଛୁଆ ବୋଲି କହିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ: ଜଣାନ୍ତୁ ଏପରି କାହିଁକି କହିଲେ ?

ନିର୍ବାଚନ କୁ ନେଇ ପଞ୍ଜାବ ରାଜନୀତି ସରଗରମ ରହିଛି | ଏହାରି ମଧ୍ୟରେ ଦଳ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିରିନ୍ଦ୍ରର ସିଂଙ୍କ ଏକ ବୟାନକୁ ନେଇ ଚର୍ଚା ଜୋର ଧରିଛି | ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମୋ ପାଖରେ ପିଲା ସମାନ କହିବା ସହ ରାହୁଲ ଗାନ୍ଧୀ ନିଜକୁ ନେତା ଭାବେ ତିଆରି କରିବାକୁ ଆହୁରୀ ସମୟ ଲାଗିବ। ମୁଁ ସେମାନଙ୍କ ବିଷୟରେ କିଛି କମେଣ୍ଟ ଦେବାକୁ ଉଚିତ ମନେ କରୁ ନାହିଁ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିରିନ୍ଦ୍ରର ସିଂ ଏହା କହିଛନ୍ତି |

ନିକଟରେ କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଅମରିନ୍ଦରଙ୍କୁ ନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ନିଶାନା କରିଥିଲେ। ନିକଟରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିଲା ବେଳେ କେନ୍ଦ୍ରର ମୋଦି ସରକାରଙ୍କ ଇଙ୍ଗିତରେ ପରିଚାଳିତ ହେଉଥିଲେ ବୋଲି ପ୍ରିୟଙ୍କା କହିଥିଲେ। ଏହାର ଜବାବରେ ଅମରିନ୍ଦର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି |

ଅମରିନ୍ଦର କହିଛନ୍ତି ଯେ, ସେମାନେ ହେଉଛନ୍ତି ମୋ ପାଖରେ ଛୁଆ। ତେଣୁ ପିଲାଙ୍କ କଥାରେ ମୁଁ ପ୍ରତିକ୍ରିୟା ଦେବାକୁ ଠିକ୍‌ ଭାବୁ ନାହିଁ। ସେମାନେ ମୋର ନାତି ବୟସର ହେବେ। ତେଣୁ ସେମାନେ ମୋତେ କଣ କହିବେ। ଉଭୟ ମୋ ପାଖରେ ଛୁଆ। ତାଙ୍କ ବାପା ମୋର ବନ୍ଧୁ ଥିଲେ। ୫୦ ବର୍ଷ ହୋଇଗଲେ କିମ୍ବା ଆଉ କିଛି ହୋଇଗଲେ ରହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ‘ଆଇନଷ୍ଟାଇନ୍‌’ ହୋଇଯିବେନି। ସେମାନେ ଅନ୍ୟମାନଙ୍କ ଭଳି ଜଣେ ସାଧାଣ ରାଜନେତା ସେମାନଙ୍କୁ ସମୟ ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଉଚିତ। ସେମାନଙ୍କୁ ଅଭିଜ୍ଞତା ସାଉଁଟିବାକୁ ହେବ। ଏଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କୁ ନେତା ହେବାକୁ ସମୟ ଲାଗିବ ବୋଲି କହୁଛି। ସେମାନଙ୍କ ବାପା ରାଜୀବ ଗାନ୍ଧୀ ମୋର ବନ୍ଧୁଥିଲେ।

Related Posts