ଶଶୀଙ୍କୁ ସମର୍ଥନ କରିବେ ସିପ୍ରା

କିଶୋର ତରାଇ ବି ସମର୍ଥନ କରିବେ

କେନ୍ଦ୍ରାପଡା ରାଜନୀତିରେ ନୂଆ ମୋଡ଼ । ଟିକେଟ ବଣ୍ଟନକୁ କେନ୍ଦ୍ରପଡା ରାଜନୀତିରେ ଲାଗି ରହିଥିବା ଅସନ୍ତୋଷ ଥମିଛି । କେନ୍ଦ୍ରାପଡାର ବିଜେଡି ବିଧାୟକ ଟିକେଟ ପାଇଁ ଇଚ୍ଛୁକ ଥିବା ସିପ୍ରା ମଲ୍ଲିକ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗତକାଲି ଶଶୀ ଭୂଷଣ ବେହେରା ନାମାଙ୍କନ ଭରିଥିବା ବେଳେ ଠିକ ସେହି ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ଶଶୀଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ସିପ୍ରାଙ୍କ ସହ କିଶୋର ତରାଇ ବି ସମର୍ଥନ କରିବେ ବୋଲି କହିଛନ୍ତି ।

ଆଜି ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ନେଇ ଘୋଷଣା କଲା ବେଳେ ତାଙ୍କ ସହିତ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ାର ବିଜେଡି ପ୍ରାର୍ଥୀ ଶଶୀଭୂଷଣ ବେହେରା, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ ।

ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ସମ୍ମାନ ଦେଉଛୁ । ସେ ଯାହା ନିଷ୍ପତି ଦେବେ ତାକୁ ସମ୍ମାନ ଜଣାଇବେ ବୋଲି ସିପ୍ରା କହିଛନ୍ତି । ନିର୍ବାଚନ ଶଶୀଭୂଷଣ ଲଢିଲେ ମଧ୍ୟ ତାଙ୍କ ସହ ମିଶି ସେ ନିର୍ବାଚନ ଲଢିବେ । ବିଧାୟକ ନହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସିପ୍ରା ମଲ୍ଲିକ । ସିପ୍ରା କହିଛନ୍ତି ଯେ କେନ୍ଦ୍ରାପଡାରୁ ଶଶିଭାଇ ନିର୍ବାଚନ ଲଢିଲେ ମଧ୍ୟ ସମାନ୍ତରାଳ ଭାବରେ ମୁଁ ମଧ୍ୟ ସେଠି ତାଙ୍କ ସହ ନିର୍ବାଚନ ଲଢିବି ।

ସେ ବିଧାୟକ ରହିବେ ସତ କିନ୍ତୁ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ଏବଂ ମୋ ଅଞ୍ଚଳର ଅଧିବାସୀମାନଙ୍କର ସମସ୍ୟାର ସମାଧାନ ପାଇଁ ମୁଁ ବିଧାୟକ ନହୋଇ ଥିଲେ ବି ଜଣେ ବିଧାୟକର ଦାୟିତ୍ୱ ନେଇ କାମ କରିବି । ଏଥିସହିତ ଶଶୀଭୂଷଣ ହେଉଛନ୍ତି ଆମ ଦଳର ଜଣେ ପୁରୁଖା ତଥା ବରିଷ୍ଠ ନେତା । ତେବେ ଦଳ ପାଇଁ ଯାହା ଶୁଭଙ୍କର ହେବ, ତାହା ଆମେ ନିଶ୍ଚୟ କରିବୁ ଏବଂ ଆମେ ଏକାଠି ହୋଇ ଲଢି ମୁଖ୍ୟମନ୍ତ୍ରୀଙ୍କୁ ଜିତାଇ ଆଣୁବୁ ବୋଲି ସିପ୍ରା କହିଛନ୍ତି ।

ସେହିପରି ଦଳୀୟ ଟିକେଟକୁ ନେଇ ଅସନ୍ତୋଷ ଥିବା କିଶୋର ତରାଇ ମଧ୍ୟ ସିପ୍ରାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ରହିବା ସ୍ୱାଭାବିକ କଥା । କିନ୍ତୁ ଏହା ମାନେ ନୁହଁକି ଦଳ ସହ ସବୁ ସମ୍ପର୍କ ଛିନ୍ନ କରିବା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ଚାହିଁ ଆମେ ଦଳରେ ରହିଥିଲୁ ଆଉ ଆଗକୁ ମଧ୍ୟ ରହିବୁ ଏବଂ କେନ୍ଦ୍ରାପଡାରୁ ଲଢୁଥିବା ଶଶୀଭୂଷଣଙ୍କ ପାଇଁ ମଧ୍ୟ ଆମେ ଏଠାକି ହୋଇ ଲଢିବୁ ଓ ତାଙ୍କୁ ବହୁମତ ବ୍ୟବଧାନରେ ଜିତାଇବୁ ବୋଲି ଦମ୍ଭୋକ୍ତି ବାଢିଛନ୍ତି କିଶୋର ତରାଇ ।

ତେବେ ବହୁ ବିଳମ୍ବରେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ଶେଷ ସମୟରେ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ୨୦୦୯ରୁ ବିଜେଡି ଟିକେଟରେ ସିପ୍ରା ମଲ୍ଲିକ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ କିଶୋର ତରାଇ ବିଧାୟକ ହୋଇଥିଲେ ।

Leave A Reply

Your email address will not be published.