
ଦେବଗଡ ଜିଲ୍ଲା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ଲଇଣ୍ଡା ଗ୍ରାମରେ ଘଟିଛି ଏକ ଦୁଖଦ ଘଟଣା | ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଜଣେ ମହିଳା ଜୀବନ୍ତ ଦଗ୍ଧ ହେଇଯାଇଛନ୍ତି | ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ରଇବାରୀ କୁଅଁର ।
ଶୀତରୁ ରକ୍ଷା ପାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ରଇବାରୀ ରାତି ପ୍ରାୟ ୪ଟା ସମୟରେ ନିଆଁ ପୁଉଁଥିଲେ। ମାତ୍ର ଏହି ସମୟରେ ଅସାବଧାନତା ହେତୁ ତାଙ୍କ ଶାଢୀରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ରଇବାରୀ ନିଆଁରେ ପୋଡି ଗୁରୁତର ହୋଇ ପଡିଥିଲେ ।
ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତିଲେଇବଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୃଦ୍ଧାଙ୍କ ଶବ ରଖାଯାଇଛି |