
ଶ୍ରୀନଗରର ହରୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାମୁହିଁ ହୋଇଛନ୍ତି । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହେବାରୁ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏନେଇ କାଶ୍ମୀର ଜୋନ୍ ପୋଲିସ ତରଫରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ତେବେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ କେଉଁ ସଂଗଠନ ସହ ଜଡିତ ଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହରୱାନ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିଲା ।
ସୂଚନା ଅନୁଯାୟୀ, ଗୁରୁବାର ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାର ରେଡୱାନି ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଦୁଇ ଜଣ LET ଆତଙ୍କବାଦୀ ନିହତ ହୋଇଥିଲେ ।