
ଆଜି ସକାଳୁ ସକାଳୁ ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଥିବା ବେଳେ, ଦିଲ୍ଲୀ ସହ ଜମ୍ମୁ-କାଶ୍ମୀର, ହରିୟାଣାରେ ବି ଝଟ୍କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ବୋଲି ସୂଚନା ମିଳିଛି। ସକାଳ ୯ଟା ୪୬ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା |
ଉତ୍ତରପ୍ରଦେଶର ନୋଏଡାରେ ମଧ୍ୟ ୨୦ ସେକେଣ୍ଡ ପାଇଁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା।
ଗତ ବର୍ଷ ମେ ମାସରେ ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ସମୟରେ ଧର୍ମଶାଳାରେ ଭୂକମ୍ପ ଝଟକା ଫଳରେ ରିକ୍ଟର ସ୍କେଲରେ ତୀବ୍ରତା ୩ ରେକର୍ଡ କରାଯାଇଥିଲା । ସାଧାରଣତଃ ଭୂକମ୍ପ ଆସିଲେ ଲୋକମାନେ ଘରୁ ବାହାରକୁ ବାହାରି ଆସନ୍ତି । ଏହି ସମୟରେ ଯଦି ଆପଣ କୌଣସି ବିଲଡିଂରେ ଥିବେ, ତେବେ ସଙ୍ଗେସଙ୍ଗେ ସେଠାରୁ ବାହାରି ଖୋଲା ସ୍ଥାନକୁ ଚାଲି ଆସିବା ଉଚିତ୍ । ଭୂକମ୍ପ ସମୟରେ କୌଣସି ଘରର ତଳେ କଦାପି ଆଶ୍ରୟ ନିଅନ୍ତୁ ନାହିଁ ।