ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କ ହେବ ଲାଇ ଡିଟେକ୍ସନ୍ ଟେଷ୍ଟ

କିଏ କହୁଛି ସତ ଆଉ କିଏ କହୁଛି ମିଛ । ସେ ସବୁ ଉପରୁ ଉଠିବ ପରଦା । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଂଜନ ପଲେଇ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ। ଚିତ ମୃତ୍ୟୁ ମାମଲାରେ ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ୱର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯିବ ।

ପୂର୍ବରୁ ଏହି ମାମଲାରେ ପୁରୀ ପୋଲିସ ୪ ଜଣଙ୍କୁ ପଚରାଉଚରା କରିଥିଲା । ପରେ କ୍ରାଇମବ୍ରାଞ୍ଚ ମଧ୍ୟ ପଚରାଉଚରା କରିଥିଲା । ଏହା ସହ ଜଗନ୍ନାଥ ଉପରେ ଅଧିକ ସନ୍ଦେହ ଥିବାରୁ ଅଲଗା ଜେରା କରାଯାଇଥିଲା । ତେବେ ସେମାନଙ୍କ ଉତରରେ କୌଣସି ତାଳମେଳ ନରହିବାରୁ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ । ଆବଶ୍ୟକ ପଡି଼ଲେ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍ କରାଯିବ ବୋଲି କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । ପୁରୀରେ ଏସ୍ପିଙ୍କ ସହ ଆଲୋଚନା କରିବା ସହ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

Related Posts