
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସତ୍ୟପାଠର ଖବର ଆଉ ତଥ୍ୟକୁ ମାନିଲେ ସରକାର । ପାଉଁଶ ପାହାଡ ଉପରେ ପ୍ରଦୂଷଣ କଣ୍ଟ୍ରୋଲ ବର୍ଡର କାର୍ଯାନୁଷ୍ଠାନ। ସତ୍ୟପାଠ ଏକମାତ୍ର ମିଡ଼ିଆ ଭାବରେ କରିଥିଲା ଖୁଲାସା । ଝାରସୁଗୁଡାରେ ପାଉଁଶ ଓ ପ୍ରତାରଣାର dirty politics ରେ ବଡ଼ ବିଜୟ ମିଳିଛି । ପାଉଁଶ ପାହାଡକୁ ବିରୋଧ କରି ସତ୍ୟପାଠ ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଅଭିଯାନ ଚଳାଇଥିଲା । ଯାହା ପରେ ସତ୍ୟପାଠକୁ ବହୁତ୍ ବଡ ବଡ ଧମକ ଆସିଥିଲା । ଏପରିକି ବେଦାନ୍ତ ପକ୍ଷରୁ ୧୦ କୋଟି ଟଙ୍କାର ମାନହାନି ନୋଟିସ ମଧ୍ୟ ଆସିଥିଲା । କିନ୍ତୁ ତଥ୍ୟ ଉପରେ ଆଧାରିତ ଥିଲା ବୋଲି ସତ୍ୟକୁ ମାନିଲେ ସରକାର । ତେବେ ରେଙ୍ଗାଲିର ସମ୍ବଲପୁରରେ ଥିବା ସାମ ମେଟାଲିକ୍ସ ଆଉ ଏନର୍ଜି ପକ୍ଷରୁ ବଡ ବଡ ପାଉଁଶର ପାହାଡ ଵେୟାଇନ ଭାବରେ ତିଆରି କରାଯାଇଛି । ଲକ୍ଷ ଲକ୍ଷ ମେଟ୍ରିକ୍ ଟନର ବିଷାକ୍ତ ପାଉଁଶକୁ ଲୋକଙ୍କ ଆଗରେ ଆଉ ପ୍ରଦୂଷଣ ବର୍ଡ ଆଗରେ ଖୁଲମ୍ ଖୁଲା ବେଖାତିର କରିଥିଲା ସାମ ମେଟାଲିକ ଆଉ ଏନର୍ଜି । ଯାହାର ଖବର ସତ୍ୟପାଠ ପ୍ରସାରଣ କରିଥିଲା । ଆଉ ଡ୍ରନ କ୍ୟାମେରାରେ ଆମେ କିପରି ବର୍ବାଦି ଓ ବିପର୍ଜୟ କରିଛି ସାମ ମେଟାଲିକ ତାହା ଆମେ ଦେଖାଇଥିଲୁ । ତାହାର ଠିକ୍ ପାଖରେ ହୀରାକୁଦ ରେସର୍ଭର୍ ରହିଛି । ଏସବୁ ସତ୍ତ୍ୱେ ସାମ ମେଟାଲିକ୍ସ ବେଆଇନ ଭାବରେ ତାହାର କାମ କରୁଥିଲା । ହେଲେ କେହି ତା ବିପକ୍ଷରେ ସ୍ୱର୍ ଉତ୍ତୋଳନ କରୁନଥିଲେ । ଏହା ମଧ୍ୟରେ ସତ୍ୟପାଠ ପକ୍ଷରୁ ଖବର ପ୍ରସାରଣ କରାଯାଇଥିଲା ଆଉ ତାପରେ ଆରମ୍ଭ ହେଇଥିଲା ତଦନ୍ତ । ରାଜ୍ୟ ପ୍ରଦୂଷଣ ବର୍ଡ ପକ୍ଷରୁ ଏକ ବିଶେଷ କମିଟି ଗଠନ କରି ତଦନ୍ତ କରାଯାଇଥିଲା । ଏହା ପରେ କମିଟି ନିଷ୍ପତି ନେଇଛି ଯେ ସାମ ମେଟାଲିକ୍ସ ଆଉ ଏନର୍ଜି ବେୟାଇନ ଭାବରେ ସେଣ୍ଟ୍ରାଲ ପଲ୍ୟୁସନ ବର୍ଡ ଆଉ MOEF ର ୨୦୨୧ର ଯେଉଁ ଫ୍ଲାଇଆସ ଡପିଂର ଗାଇଡଲାଇନ ଅଛି ତାହାକୁ ଖୁଲମ ଖୁଲା ବେଖାତିର କରିବା ସହ ଆଇନକୁ ଭଙ୍ଗ କରିଛି । ଏପରି କରିବା ଦ୍ବାରା ପରିବେଶ ବହୁତ୍ ମାତ୍ରାରେ ପ୍ରଦୂଷଣ ହୋଇଛି ।
ଏହା ଆଧାରରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବର୍ଡ ସାମ ମେଟାଲିକ୍ସକୁ ୨୦୦ କୋଟି ଟଙ୍କାର ଜରିମାନା କରିଛି ଏହା ସହ ସାମ ମେଟାଲିକ୍ସକୁ କାରଣ ଦର୍ଶାଅ ନୋଟିସ୍ ମିଳିଥିବାର ସୂଚନା ମିଳିଛି । । କେବଳ ଏତିକି ନୁହଁ ୨୦ ଲକ୍ଷ ମେଟ୍ରିକ୍ ଟନର ବିଷାକ୍ତ ପାଉଁଶ ପାହାଡକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସତ୍ୟପାଠ ହିଁ ଏ ଖବରକୁ ପ୍ରସାରଣ କରିଥିଲା । କେବଳ ତଥ୍ୟ ଆଉ ସତ୍ୟ ଆଧାରରେ ଏ ଖବରକୁ ପ୍ରସାରଣ କରିଥିଲା ସତ୍ୟପାଠ । ଆଉ ଏହା ସହ ପ୍ରଦୂଷଣ କଣ୍ଟ୍ରୋଲ ବର୍ଡର ନିରବତା ଉପରେ ଆମେ ପ୍ରଶ୍ନ କରିଥିଲୁ ।
ଏହା ପରେ ମୋହନ ମାଝି ସରକାର ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେଇଥିଲେ । ସବୁଠୁ ବିଡ଼ମ୍ନନାର ବିଷୟ ଯଦି କିଏ ଏହାକୁ ନେଇ ପ୍ରଶ୍ନ ଉଠାଉଥିଲା ତାଙ୍କ ନାମରେ ମିଛ କେସ କରି ଫସେଇ ଦିଆ ଯାଉଥିଲା । ଏସବୁ ମଧ୍ୟରେ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ପ୍ରଶାସନ ସଂପୂର୍ଣ୍ଣ ଭାବରେ ସାମ ମେଟାଲିକ୍ସକୁ ସମର୍ଥନ ଦେଉଥିଲେ । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏହା କେବଳ ଆଖି ଦୃଷିୟା ପଦକ୍ଷେପ ନା ମୋହନ ସରକାର ସତରେ ଏହାର ତଦାରଖ କରିବ ।