ସପା – ବସପା ମେଣ୍ଟ ଚୂଡାନ୍ତ

ମୋଦୀ-ଶାହାଙ୍କ ନିଦ ଗାଏବ, ରାହୁଲ-ସୋନିଆଙ୍କୁ ଡିସ୍କାଉଣ୍ଟ

ଆଗାମୀ ଲୋକସଭା ନିର୍ବାଚନରେ ଏକାଠି ଲଢିବେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଆଜି ଏନେଇ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଔପଚାରିକ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଥିବା 80 ଲୋକସଭା ଆସନ ମଧ୍ୟରୁ 76 ଆସନରେ ଲଢିବ ମେଣ୍ଟ। ଉଭୟ ସପା ଓ ବସପା ଦଳ 38ଟି ଲେଖାଏଁ ଆସନରେ ଲଢିବେ। ରାହୁଲ ଓ ସୋନିଆଙ୍କ ପାଇଁ ଆମେଥି ଓ ରାୟବରେଲି 2ଟି ଆସନ କଂଗ୍ରେସକୁ ଛାଡିଛି ମେଣ୍ଟ। ବଳକା 2ଟି ଆସନ ଅନ୍ୟ ଛୋଟ ସହଯୋଗୀ ଦଳକୁ ମେଣ୍ଟ ଛାଡିଛି। ଏହି ସାମ୍ବାଦିକ ସମ୍ମିଳନୀକୁ ମୋଦୀ-ଶାହା , ଗୁରୁ-ଚେଲାଙ୍କର ନିଦ ହଜାଇବା ସାମ୍ବାଦିକ ସମ୍ମିଳନୀ ବୋଲି ମାୟାବତୀ କହିଥିବା ବେଳେ ବିଜେପିର ଅତ୍ୟାଚାରରୁ ସାଧାରଣ ଜନତାଙ୍କୁ ମୁକ୍ତି ଦେବା ପାଇଁ ଏହି ମେଣ୍ଟ ବୋଲି କହିଥିଲେ ଅଖିଳେଶ ଯାଦବ।

Comments are closed.