
ଭୁବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ତାରିଖରୁ ରାଜ୍ୟର ସହରାଞ୍ଚଳ ଗୁଡିକରେ ସପ୍ତାହନ୍ତ ସଟଡାଉନ ଜାରି ହେବ । ଏହି ସପ୍ତାହନ୍ତ ସଟଡାଉନର ସମୟଧାର୍ଯ୍ୟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେବେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତରରେ ସ୍ପଷ୍ଟ ହୋଇଛି ଯେ ଶୁକ୍ରବାର ରାତି ୯ ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ଏବଂ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ସଟଡାଉନ ରହିବ । ଏହା ସହ ଅମାନିଆଙ୍କୁ ନିସ୍ତାର ନାହିଁ ବୋଲି କହିଛନ୍ତି । ଶୁକ୍ରବାର ରାତି ଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ପ୍ରତିବନ୍ଧକ ଜାରି ରହିବ ବୋଲି ତାଙ୍କ ବିବୃତ୍ତିରୁ ଜଣାପଡିଛି । ଅନ୍ୟପଟେ ସପ୍ତାହନ୍ତ ସମୟରେ କାହାକୁ ଅନୁମୋତି ଅଛି ଓ କାହାକୁ ଅନୁମତି ନାହିଁ ସେ ନେଇ ମଧ୍ୟ ସ୍ପଷ୍ଟିକରଣ କରିଛନ୍ତି ।
ଆସନ୍ତୁ ଜାଣିବା କାହାକୁ ମିଳିଛି ଅନୁମତି
– ଅଗ୍ନିଶମ ବିଭାଗ, ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, କ୍ଲିନିକ, ମେଡିସିନ ଷ୍ଟୋର, ସମସ୍ତ ମେଡିକାଲ ଷ୍ଟାଫ ଓ ଆମ୍ବୁଲାନ୍ସର ପାଇଁ ଏହି ନିୟମ ଲାଗୁ ହୋଇ ନାହିଁ ।
– ଜିଲ୍ଲା ଏବଂ ମୁନିସିପାଲଟି ପ୍ରଶାସନ,ପୁଲିସ ଓ ଅଗ୍ନିଶମ ବିଭାଗ
– ସରକାରୀ କର୍ମଚାରୀମାନେ ଜରୁରୀକାଳିନ ପରିସ୍ଥିତିରେ ବାହାରି ପାରିବେ
– ସମସ୍ତ ଟେଲିକୋମ କର୍ମଚାରୀ
-ପେଟ୍ରୋଲ ପମ୍ପ ଖୋଲା ରହିବ
-ଏଲପିଜି ଗ୍ୟାସ ବାଣ୍ଟିବା ଓ ହୋମ ଡେଲେଭରିକୁ ଅନୁମୋତି
– ଜିଲ୍ଲା ପୁଲିସ କିମ୍ବା କମିଶନରଙ୍କ ଦ୍ୱାରା ସ୍ୱିକୃତି ପ୍ରାପ୍ତ ସମସ୍ତ ପ୍ରିଣ୍ଟ ଏବଂ ଇଲେକ୍ରନିକ ମିଡିଆ
– ଜଳ ଯୋଗାଣ ଓ ପରିମଳ କର୍ମଚାରୀ
– ବିଦ୍ୟୁତ ଯୋଗାଣ ଓ ବଣ୍ଟନ କର୍ମଚାରୀ
– ସମସ୍ତ ସାମଗ୍ରୀ ବାହକ ଯାନବାହାନ
– ଶିଳ୍ପ ପ୍ରତିଷ୍ଠାନ, କାରଖାନା ଓ ନିର୍ମାଣ କାର୍ଯ୍ୟ
– କୃଷି, ଉଦ୍ୟାନ କୃଷି, ମତ୍ସଚାଷ, ପଶୁପାଳନ, ପ୍ରାଣୀ ଚିକିତ୍ସା ସେବାକୁ ଅନୁମୋତି
– ହୋଟେଲ, ଆଇଟି ୟୁନିଟ, ହସ୍ପିଟାଲ ବିଭାଗ ଓ ତାଙ୍କ କର୍ମଚାରୀ
– ରାଜପଥରେ ସଡକ ପରିବହନ, ସାମଗ୍ରୀବାହକ ଯାନ
– ରେଳ ଓ ବିମାନସେବା
– ବିମାନ କିମ୍ବା ରେଳରେ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଅଟୋ( ola,uber)
– ବିବାହ ଓ ବ୍ରତ କାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନଠାରୁ ଅନୁମୋତି ନେଇ ଆୟୋଜନ କରିପାରିବେ
– ସମସ୍ତ ଏଟିଏମ ସେବା
– ବିମାନବନ୍ଦର, ରେଳଷ୍ଟେସନ, ବସ ଟରର୍ମିନାଲ ଏବଂ ସେମାନଙ୍କ ସହ ଜଡିତ ସମସ୍ତ କାର୍ଯ୍ୟ, କର୍ମଚାରୀଙ୍କ ଗତିବିଧି
– ଗ୍ରର୍ସରି ଦୋକାନ, ଅନଲାଇନ ଖାଇବା ସେବା, ପନିପରିବା ଓ ଅନ୍ୟଆବଶ୍ୟକ ଜିନିଷ
– ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ସମସ୍ତ ଢାବା
– କ୍ଷୀର ଦୋକାନ
– ରିଲାନ୍ସ ଫ୍ରେସ, ବିଗବଜାର, ଚିଲିକା ଫ୍ରେସ କେବଳ ହୋମ ଡେଲେଭରି କରିପାରିବେ
– ସକାଳ ୫ଟାରୁ ୮ ପର୍ଯ୍ୟନ୍ତ ଖବର କାଗଜ ବଣ୍ଟନ ସେବା