ସମ୍ବଲପୁର ଗୁଟଖା କାରଖାନାରେ ଭୟାବୟ ଅଗ୍ନିକାଣ୍ଡ । ଫଳରେ ସେଠାରେ କାମ କରୁଥିବା ୨୦ଜଣ କର୍ମଚାରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୋମବାର ଦିନ ପ୍ରାୟ ୧୨ଟା ସମୟରେ କୌଣସି ମେସିନ୍ ଫାଟିଯାଇଥିବାର ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ଉତ୍ତରପ୍ରଦେଶର ବୋଲି କୁହାଯାଉଛି ।
Related Posts
-
Copyright © SatyaPatha2021