
ସତ୍ୟପାଠ 26/12 ସୁନ୍ଦରଗଡ: ଝାଡ଼ଖଣ୍ଡ ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଲୱେ ଷ୍ଟେସନ ମଝିରେ ମାଲବାହୀ ଟ୍ରେନ ଦୁର୍ଘଟଣା । ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲବାହୀ ଟ୍ରେନ ଓ ହାଟିଆରୁ ରାଉରକେଲା ବନ୍ଧମୁଣ୍ଡା ଆସୁଥିବା ଖାଲି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ହୋଇଛି । ବ୍ରେକ ଫେଲ୍ ହେବାରୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣା ପରେ ଏହି ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ଆରମ୍ଭ ହୋଇଛି ମରାମତି କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।