ସେନା ଗୁଳିରେ ଆଇଏସଜେକେର ଜଣେ ଆତଙ୍କୀ ନିହତ

ଜମ୍ମୁ କାଶ୍ମୀର ଅନନ୍ତନାଗର ଶ୍ରୀଗୁଫାୱାର ଅଞ୍ଚଳରେ ମୁହାମୁହିଁ ହେଲେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ | ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି | ଏଥିରେ ଆଇଏସଜେକେର ଜଣେ ଆତଙ୍କୀ ସୁରକ୍ଷାବଳୟଙ୍କ ଗୁଳିରେ ନିହତ ହୋଇଛି ।

ଜାମ୍ମୁ-କାଶ୍ମୀର ପୋଲିସ ଇନସପେକ୍ଟର ଜେନେରାଲଙ୍କ ସୂଚନା ଅନୁସାରେ ମୃତ ଆତଙ୍କୀ ବିଜବେହାର ପୋଲିସ ଷ୍ଟେସନରେ ଆଇଏସଆଇ ମହଦ ଅସରଫଙ୍କ ହତ୍ୟା କରିବାରେ ସାମିଲ ଥିଲା । ନିପାତ ଆତଙ୍କୀ ଜଣକ ହେଲା କୋଡିପୋରା ଅଞ୍ଚଳର ଫହିମ ଭଟ ବୋଲି ଜଣାପଡିଛି । ଘେରା ବନ୍ଦୀ କରି ପୋଲିସ, ସିଆରପିଏଫ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି ।

ପ୍ରକାଶ ଥାଉ କି, ଗତକାଲି ଦକ୍ଷିଣ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ 2 ଜଣ ଆତଙ୍କୀ ନିପାତ ହୋଇଥିଲେ ।

Related Posts