ସୋନପୁରରେ ହୃଦୟ ବିଦାରକ ସଡକ ଦୁର୍ଘଟଣା, ବରଯାତ୍ରୀ ଗାଡି ସହ ଧକ୍କା ହେଲା ଟ୍ରକ, ୫ ମୃତ, ୫ ଗୁରୁତର ।

ସୋନପୁରରେ ମହାନଦୀ ପୋଲ ଉପରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା | ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକା ହୋଇଛି | ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନ୍ୟ ୫ ଗୁରୁତର ହୋଇଛନ୍ତି | ଅନ୍ୟ ୫ ଜଣଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ବରଯାତ୍ରୀରେ ଯାଇ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବିନିକା କଉଡିଆମୁଣ୍ଡାରୁ ପଞ୍ଚମହଲା ଓ ନମ୍ନା ଗାଁକୁ ବରଯାତ୍ରୀ ଫେରୁଥିବା ବେଳେ ମହାନଦୀ ବ୍ରିଜ ଉପରେ ବୋଲେରୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବୋଲେରୋ ଭିତରେ ମୃତକ ମାନେ ଚାପି ହୋଇ ରହିଥିବାରୁ ଗାଡିକୁ ଗ୍ୟାସ୍ କଟରରେ କାଟି ସେମାନଙ୍କୁ ବାହାର କରାଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Related Posts