ସ୍ନାଇନ୍‌ ଫ୍ଲୁ ନେଲାଣି 32 ଜୀବନ

ରାଜସ୍ଥାନରେ ବେଲଗାମ ହେଲାଣି ସ୍ବାଇନ ଫ୍ଲୁ । ସ୍ବାଇନ ଫ୍ଲୁ ଆତଙ୍କରେ ଆତଙ୍କିତ ରାଜ୍ୟବାସୀ । ଏଯାଏଁ ସ୍ବାଇନ୍‌ ଫ୍ଲୁରେ ୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୧୪ ଦିନ ମଧ୍ୟରେ ଏହି ସବୁ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ଆଠ ଶହ ଡେଇଁଲାଣି । ୩୫ରୁ ଅଧିକ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୋମବାର ପ୍ରାୟ ୬୪ ଜଣଙ୍କ ଶରୀରରେ ସ୍ବାଇନ ଫ୍ଲୁ ଚିହ୍ନଟ କରାଯାଇଥିଲା । ଜୟପୁରରେ ସର୍ବାଧିକ ସ୍ବାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଛି । ସେପଟେ ଯୋଧପୁର, ବାଡ଼ମେର, ସିକର, ଟୋଙ୍କ, ନାଗୌରସ ଓ କୋଟାରେ ମଧ୍ୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଉଛି ।

Comments are closed.