ହଟିବ କରୋନା କଟକଣା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି

ଦେଶରେ ଏବେ ମହାମାରୀ କରୋନାର ସଂକ୍ରମଣ ହାର ଖସିବାରେ ଲାଗୁଛି । ଏହାରି ମଧ୍ୟରେ କେତେକ ରାଜ୍ୟରେ କଟକଣା କୋହଳ ହେଉଥିବା ବେଳେ, ଏହା ସତ୍ତ୍ୱେ କିଛି ରାଜ୍ୟରେ ଅତିରିକ୍ତ କଟକଣା ବଳବତ୍ତର ରହିଛି। ଏହି ଅତିରିକ୍ତ କଟକଣାକୁ ହଟାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି।

ଗତ ସପ୍ତାହ ଠାରୁ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେଣୁ ଏବେ ଆଉ ଅତିରିକ୍ତ କଟକଣାର ଆବଶ୍ୟକତା ନଥିବା କେନ୍ଦ୍ର ସରକାର କହିଛନ୍ତି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି କହିଛନ୍ତି ଯେ ସ୍ଥାନୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରନ୍ତୁ କିମ୍ବା ଅତରିକ୍ତ କୋଭିଡ କଟକଣା-୧୯ କଟକଣା ପ୍ରତ୍ୟାହାର କରନ୍ତୁ।

Related Posts