ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହରିୟାଣାରେ କଂଗ୍ରେସ ହାରିବା ପଛରେ ଭୋଟ୍ ଚୋରି ଏକ ବଡ଼ କାରଣ ଦାବି କରି ଚର୍ଚ୍ଚାରେ ଏବେ ରାହୁଲ ଗାନ୍ଧୀ । ଏହାପାଇଁ ସିଧା ନିର୍ବାଚନ କମିଶନ ଓ ବିଜେପିକୁ ଦାୟୀ କରିଛନ୍ତି ରାହୁଲ ଗାନ୍ଧୀ । ତେବେ ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ହୋଇଛି ଭୋଟ ଚୋରି । ହରିୟାଣାରେ ୨୫ଲକ୍ଷ ଭୋଟ ଚୋରି ସହ ବିଦେଶୀ ନାଗରିକ ମଧ୍ୟ ଦେଇଛନ୍ତି ଭୋଟ ।
କେବଳ, ସେତିକି ନୁହେଁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫ଲକ୍ଷରୁ ଅଧିକ ନକଲି ଭୋଟର । ଏଭଳି କିଛି ସାଂଘାତିକ ଅଭିଯୋଗ ସହ ଆଜି ଦିଲ୍ଲୀରେ ଏଚ ଫାଇଲ୍ସ ଖୋଲିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ସେ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି । ହରିୟାଣାରେ କଂଗ୍ରେସ ହାରିବା ପଛରେ ଭୋଟ୍ ଚୋରି ଏକ ବଡ଼ କାରଣ ଥିଲା ବୋଲି ଦାବି କରିବା ସହ ଏହାପାଇଁ ସିଧା ନିର୍ବାଚନ କମିଶନ ଓ ବିଜେପିକୁ ଦାୟୀ କରିଛନ୍ତି ।





