
ହରିୟାଣାର ରୋହତକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଅକାଳରେ ଚାଲିଗଲା ୩ ଜୀବନ | ଏକ କାର୍ ଆଖୁ ଭର୍ତ୍ତି ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି |
ସୂଚନାନୁସାରେ, ଶନିବାର ରାତିରେ ରୋହତକର ଭିବାନୀ ରୋଡରେ ଏକ କାର୍ ଆଖୁ ଭର୍ତ୍ତି ଟ୍ରକକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ପୁରା ଭାଙ୍ଗିରୁଜି ଯାଇଥିଲା । ଖବର ପାଇଁ ପୋଲିସ ଓ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରିଥିଲେ ।
ପୋଲିସ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ୨ ଯୁବକ ରୋହତକ ଚୁନ୍ନିପୁରାର ବୋଲି ଜଣାପଡିଛି। ଅନ୍ୟଜଣେ ପଞ୍ଜାବର ବୋଲି ପୋଲିସ କହିଛି |