
ଫେବ୍ରୁଆରୀ ୧୫ ତାରିଖ ରାତି ପ୍ରାୟ ୧ଟା ସମୟରେ ହ୍ୟାକ୍ ହୋଇଥିଲା ସଂସଦ ଟିଭି । ୟୁଟ୍ୟୁବରେ ଥିବା ସଂସଦ ଟିଭିର ଆକାଉଣ୍ଟକୁ ହ୍ୟାକ୍ କରିନେଇଥିଲେ ହ୍ୟାକର । ଏନେଇ ସଂସଦ ଟିଭି ପକ୍ଷରୁ ସୂଚନା ପ୍ରକାଶ କରିଥିଲେ | କିଛି ବ୍ୟକ୍ତି ସଂସଦ ଟିଭିକୁ ହ୍ୟାକ୍ କରିବାକୁ ଉଦ୍ୟମ କରିବା ସହ ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍ କରିନେଇଥିବା ସୂଚନା ଦେଇଥିଲେ |
ହ୍ୟାକରମାନେ ସଂସଦ ଟିଭିର ୟୁଟ୍ୟୁବ୍ ଆକାଉଣ୍ଟକୁ ହ୍ୟାକ୍ କରିବା ପରେ, ଏହାର ନାମ ବଦଳାଇଥିଲେ । ସେମାନେ ଏହାର ନାମ ଇଥେରିୟମ କରିଦେଇଥିବା ସୂଚନା ମିଳିଛି । ତେବେ ସଂସଦ ଟିଭିର ସୋସିଆଲ୍ ମିଡିଆ ଟିମ୍ ଯଥାଶୀଘ୍ର ଏ ସମ୍ପର୍କରେ ସୂଚନା ପାଇବା ସହିତ ଏନେଇ କାମ ଆରମ୍ଭ କରି ଦେଇଥିଲା । ସଂସଦ ଟିଭିର ବୟାନ ମୁତାବକ, ଇଣ୍ଡିଆନ୍ କମ୍ପ୍ୟୁଟର ଇମରଜେନ୍ସିଂ ରେସପନ୍ସ ଟିମ୍ ମ୍ୟ ଏହି ଘଟଣାକୁ ସଂଜ୍ଞାନ ନେଇଛି । ସିଇଆରଟି ଏହି ମାମଲାକୁ ଅତି ତତ୍ପରତାର ସହ ଯାଞ୍ଚ କରୁଥିବା ଜଣାପଡିଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି ।
ୟୁଟ୍ୟୁବରେ ସଂସଦ ଟିଭି ହ୍ୟାକ୍ ହେବା ପରେ ୟୁଟ୍ୟୁବରେ ଏହାର ସିଧାପ୍ରସାରଣ ନେଇ ଅସୁବିଧା ସୃଷ୍ଟି ହୋଇଛି । କୁହାଯାଉଛି ୟୁଟ୍ୟୁବ୍ ପକ୍ଷରୁ ସଂସଦ ଟିଭିର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।