ୟାସିର ଶାହଙ୍କ ନାଁରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ସତ୍ୟପାଠ 21/12 ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ୟାସିର ଶାହଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ୟାସିର ଓ ତାଙ୍କ ବନ୍ଧୁ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଓ ଧମକ ଦେବା ନେଇ ମାମଲା ରୁଜୁ ହୋଇଛି। ପୋଲିସ ଉକ୍ତ ନାବାଳିକାଙ୍କ ଡାକ୍ତରି ମାଇନା କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି ନେବ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ କିମ୍ବା ୟାସିରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


ସୂଚନା ଅନୁସାରେ ୟାସିର ଶାହାଙ୍କ ବନ୍ଧୁ ଫରହାନ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏହାର ଭିଡିଓ ବନାଇଥିଲେ | ପରେ ୟାସିରଙ୍କ ସହ ନାବାଳିକାଙ୍କର କଥାବାର୍ତ୍ତା କରାଇଥିଲେ। ଦାୟର ହୋଇଥିବା ମାମଲା ଅନୁଯାୟୀ, ୟାସିର ଉକ୍ତ ନାବାଳିକାଙ୍କୁ ଧମକ ଦେବା ସହ ଚୁପ୍ ରହିବାକୁ କହିଥିଲେ । ଏପରିକି ବନ୍ଧୁ ଫରହାନଙ୍କୁ ବିବାହ କରିବାକୁ ମଧ୍ୟ ଚାପ ପକାଇଥିଲେ । ଏହି ମାମଲାକୁ ରଫାଦଫା କରିବାକୁ ନାବାଳିକାଙ୍କୁ ଏକ ଫ୍ଲାଟ ଦେବା ସହ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରଲୋଭନ ଦେଇଥିଲେ ପାକ କ୍ରିକେଟର ୟାସିର।

ୟାସିର ଶାହଙ୍କ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ହୋଇଥିଲା | ସେ ଜଣେ ମହିଳାଙ୍କୁ ଦୁଷ୍କର୍ମ ସହ ଧମକ ଦେବା ନେଇ ବାବର ଆଜମଙ୍କ ନାଁରେ ଅଭିଯୋଗ ଆସିଥିଲା। ତେବେ ବାବରଙ୍କ ନାଁରେ ଆସିଥିବା ଏହି ଅଭିଯୋଗ ପ୍ରମାଣିତ ହୋଇପାରିନଥିଲା।

Related Posts