
ୟୁକ୍ରେନ୍-ରୁଷିଆ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗୁଛି | ଆସନ୍ତା ମାହୋଲ ଏବେ ଯୁଧ୍ୟ ଆଡକୁ ଗତି କରୁଛି | ତେବେ ଏହି ସଙ୍କଟ ମଧ୍ୟରେ ୨୪୨ ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିଛନ୍ତି | ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଫେରିଛନ୍ତି | ଗତକାଲି ବିଳମ୍ବିତ ରାତିରେ ବୋଇଙ୍ଗ-୭୮୭ ବିମାନରେ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଗତକାଲି ସକାଳ ୭ଟା ୩୦ରେ ଏହି ବିମାନ ଦିଲ୍ଲୀରୁ ୟୁକ୍ରେନ୍ ଅଭିମୁଖେ ଯାଇଥିଲା ।
ଅପରାହ୍ଣରେ ୟୁକ୍ରେନରେ ପହଂଚିବା ପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱେଦେଶ ଫେରିଛି । ସେହିପରି ୨୪ ଓ ୨୬ ତାରିଖରେ ଏୟାର ଇଣ୍ଡିଆର ଆଉ ଦୁଇଟି ବିମାନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଆଣି ଭାରତ ଆସିବ । ସେହିପରି ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରୁ ୪ଟି ବିମାନ ଦ୍ୱାରା ଭାରତୀୟଙ୍କୁ ଅଣାଯିବ । ୨୫, ୨୭ ଓ ମାର୍ଚ୍ଚ ୬ ତାରିଖରେ ଏହି ବିମାନ ଦ୍ୱାରା ଭାରତୀୟଙ୍କୁ ଦିଲ୍ଲୀ ଅଣାଯିବ ।
ସୂଚନାଯୋଗ୍ୟ, ୨୪୨ ଜଣ ଛାତ୍ରଛାତ୍ରୀଙ୍କୁ ଧରି ୟୁକ୍ରେନ୍ରୁ ଆସିଥିବା ଏୟାର ଇଣ୍ଡିଆର ବିମାନ AI1946 ମଙ୍ଗଳବାର ରାତି ପାଖାପାଖି ୧୧ଟା ୪୫ରେ ପହଞ୍ଚିଛି। ୟୁକ୍ରେନ୍ରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ଭାରତୀୟମାନଙ୍କୁ ସେମାନଙ୍କର ସଂପର୍କୀୟ ଆଣିବାକୁ ଯାଇଥିଲେ।
ୟୁକ୍ରେନ ପାଇଁ ଏୟାର ଇଣ୍ଡିଆର ବିମାନ ପ୍ରଥମେ ସକାଳ ୭ଟା ୩୦ରେ ଉଡିଥିଲା। ଏଥିରେ ପୂର୍ଣ୍ଣ କ୍ଷମତା ସହିତ ୨୪୨ ଜଣ ଲୋକଙ୍କୁ ଅଣାଯାଇଛି। ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନ୍ର ବିମାନରେ ଭାରତୀୟ ଲୋକଙ୍କୁ ୟୁକ୍ରେନ୍ରୁ ଅଣାଯାଇଛି।
ସୂଚନାଯୋଗ୍ୟ, ଏବେ ୟୁକ୍ରେନ୍ରୁ ଆହୁରି ଭାରତୀୟ ଲୋକ ଭାରତ ଆସିବେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଫେବ୍ରୁଆରୀ ୨୪ ଓ ୨୬ ତାରିଖରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ଆସିବ। ଏୟାର ଇଣ୍ଡିଆ ପୂର୍ବରୁ କେବେବି ୟୁକ୍ରେନ୍ ପାଇଁ ବିମାନ ଚଳାଇ ନଥିଲା। କିନ୍ତୁ ବର୍ତ୍ତମାନର ସଂକଟ ପରିସ୍ଥିତି କାରଣରୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏୟାର ଇଣ୍ଡିଆ ବିମାନ ୟୁକ୍ରେନ୍ ଯିବ ଏବଂ ଭାରତୀୟମାନଙ୍କୁ ଉଦ୍ଧାର କରିବ।