ୟୁକ୍ରେନ୍‌-ରୁଷିଆ ବିବାଦ ମଧ୍ୟରେ କଟକଣା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ୟୁକ୍ରେନ୍‌-ରୁଷିଆ ମଧ୍ୟରେ ବଢୁଥିବା ବିବାଦକୁ ନେଇ ଏବେ ବିଶ୍ଵବ୍ୟାପୀ ପତିକ୍ରିୟା ପ୍ରକାଶ ପାଇଛି | ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଶବାସୀକୁ ସମ୍ବୋଧନ କରିଛନ୍ତି | ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ, ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଏହି ପରିସ୍ଥିତି ମୁକାବିଲା କରିବା ପାଇଁ କଡ଼ା ପଦକ୍ଷେପ ନେବାକୁ ଯାଉଛୁ |

ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କଡା ପଦକ୍ଷପ ଗ୍ରହଣ କରିବାକୁ ଯାଇ ୨ଟି ରୁଷୀୟ ଆର୍ଥିକ ସଂସ୍ଥା ଉପରେ କଟକଣା ଲଗାଇଛନ୍ତି | ବାଇଡେନ କହିଛନ୍ତି ଯେ, ରୁଷିଆ, ପଶ୍ଚିମ ଦେଶଗୁଡ଼ିକ ସହିତ ବ୍ୟବସାୟ କରିପାରିବ ନାହିଁ। ଆମ ପାଖରେ ଏକାଧିକ ପଦକ୍ଷେପ ନେବାର ଯୋଜନା ରହିଛି। ସେ ରୁଷିଆକୁ ପଶ୍ଚିମ ଦେଶଗୁଡ଼ିକରୁ ମିଳିବାକୁ ଥିବା ସହାୟତା ଉପରେ ମଧ୍ୟ କଟକଣା ଲଗାଯିବ। ରୁଷିଆ ତରଫରୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରାଯାଇଛି। ୟୁକ୍ରେନ୍‌ ସୀମାରେ ରୁଷିଆ ସେନା ଛାଉଣୀ କରିଛି |

ରୁଷିଆର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ, ଡୋନେସ୍ତକ ପିପଲ୍ସ ରିପବ୍ଲିକ (ଡିପିଆର) ଓ ଲୁ୍ଙ୍ଗସ୍କ ପିପୁଲ୍ସ ରିପବ୍ଲିକ (ଏଲପିଆର)ର ମାନ୍ୟତା ଦ୍ବାରା ସମ୍ବନ୍ଧିତ କାର୍ଯ୍ୟକାରୀ ଆଦେଶ ଉପରେ ଦସ୍ତଖତ କରିଦେଇଛନ୍ତି। ପୁତିନଙ୍କ ହିସାବରେ ଡିପିଆରର ପ୍ରମୁଖ ଡେନିସ ପୁଶିଲିନ ଏବଂ ଏଲପିଆରର ପ୍ରମୁଖ ଲି‌ୟୋନିଦ ପାସଚନିକଙ୍କ ସହିତ ଦସ୍ତଖକ କରିଛନ୍ତି। ରୁଷିଆ ଓ ଡିପିଆର, ଏଲପିଆର ମଧ୍ୟରେ ସଂନ୍ଧି ମୈତ୍ରୀ, ସହଯୋଗ ଓ ପାରସ୍ପରିକ ସହାୟତାକୁ ନେଇ ପ୍ରସ୍ତୁତ ହୋଇଛି |

ୟୁକ୍ରେନ୍ ଉପରେ ଆକ୍ରମଣ କରିବା ନେଇ ସବୁ ପ୍ରକାର ଫନ୍ଦି ଫିକର ଆପଣାଉଛି ଋଷିଆ। ହାତରେ ନ ମାରି ଭାତରେ ମାରିବାକୁ ଯୋଜନା କରି ୟୁକ୍ରେନ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୟୁକ୍ରେନ୍ ବିଦ୍ରୋହୀ ରାଜ୍ୟମାନଙ୍କୁ ସ୍ୱାଧିନତାର ମାନ୍ୟତା ଦେବା ନେଇ ଘୋଷଣା କରିଛି ଋଷ। ଏହାପରେ ଋଷ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି ଆମେରିକା।

ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳାବାର ବିଳମ୍ୱିତ ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ଋଷ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ପଡ଼ୋଶୀ ଦେଶକୁ ଭାଗ ଭାଗ କରି ନୂଆ ତଥାକଥିତ ଦେଶ ଘୋଷଣା କରିବାକୁ କିଏ ପୁଟିନିଙ୍କୁ ଅଧିକାର ଦେଇଛି ବୋଲି ବାଇଡେନ ପ୍ରଶ୍ନ କରିବା ସହିତ ଏହା ୟୁକ୍ରେନ୍ ଉପରେ ଆକ୍ରମଣର ଆରମ୍ଭ ବୋଲି କହିଛନ୍ତି ବାଇଜେନ୍।

ସେ ଆହୁରି ମଧ୍ୟ କହିଛନ୍ତି “ଋଷର କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ନିୟମାବଳିର ଉଲ୍ଲଂଘନ। ତେଣୁ ଋଷକୁ ପଶ୍ଚିମ ଦେଶଗୁଡ଼ିକରୁ ମିଳୁଥିବା ସମସ୍ତ ପ୍ରକାର ସହଯୋଗ ଉପରେ ରୋକ ଲଗାଯାଇଛି। ଆମେ ଦୁଇ ବଡ଼ ଆର୍ଥିକ ସଂସ୍ଥାନ ଭିଇବି ଓ ଋଷର ସୈନ୍ୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରାଯାଉଛି। ତା ସହିତ ଋଣ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

ଆମେରିକା ୟୁକ୍ରେନ୍ ରାଷ୍ଟ୍ରପତି ଜିଲେସ୍କି ଓ ୟୁରୋପିୟ ୟୁନିୟନ ନେତାଙ୍କ ସହିତ ଲଗାତର ଆଲୋଚନା ଜାରି ରଖିଛି। ଆମେରିକା ଓ ସହଯୋଗୀ ଦେଶମାନେ ମିଶି ସମସ୍ତେ ଏ ଦିଗରେ କାମ କରୁଛନ୍ତି। ୟୁକ୍ରେନ୍କୁ ସମର୍ଥନ ଦେବାକୁ ଆମେ ସମସ୍ତେ ଏକଜୁଟ ଅଛୁ। ”
ପୁଟିନ୍ଙ୍କୁ ସମାଲୋଚନା କରି ବାଇଡେନ୍ କହିଛନ୍ତି ଯେ ପୁଟିନ ନିଜର ବଳ ଦେଖାଇ ଅଧିକ ଏରିଆ ଦଖଲ କରିବାକୁ ଚାହୁଁଛନ୍ତି। ୟୁକ୍ରେନ୍ ଦେଶକୁ ଅଲଗା ଅଲଗା କରି ନୂଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ। ଋଷ ଯେତେ ଯେତେ ଆଗକୁ ବଢ଼ିବା ତା ଉପରେ କଟକଣା ଆହୁରି ଅଧିକ ଲାଗୁ କରାଯିବ। ବୋଲି ବାଇଡେନ୍ କହିଛନ୍ତି। ଋଷ ୟୁକ୍ରେନ୍ ଚାରିପାଖେ ସେନା ମୁତୟନ କରି ରଖିଛି। ତେଣୁ ତା ବିରୋଧରେ ଲଢ଼ିବାକୁ ଆମେ ୟୁକ୍ରେନ୍କୁ ସନ୍ୟ ସହଯୋଗ ଯୋଗାଇ ଦେବୁ। ସମସ୍ତେ ମିଶି ରଷକୁ ଜବାବ ଦେବୁ ବୋଲି ବାଇଡେନ୍ କହିଛନ୍ତି।

Related Posts