୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ

ଆଜି(ସୋମବାର)ଠୁ ଆରମ୍ଭ ହେଲା ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । COWIN ପୋର୍ଟାଲରେ ପଞ୍ଜୀକରଣ କରିଥିବା କିଶୋରମାନେ ନେଉଛନ୍ତି ଟିକା । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯାଉଛି | କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ ଡ଼ୋଜ୍ ଦିଆଯିବ । ଏଥିପାଇଁ ଉଭୟ ଅନଲାଇନ୍ ଓ ଅନସାଇଟରେ ପଞ୍ଜିକରଣ କରାଯାଉଛି ।

କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ରଭାବେ ପ୍ରାୟ ୯୩୯ ଟିକାକରଣ କେନ୍ଦ୍ର ଖୋଲାଯାଇଛି । ମାସକ ମଧ୍ୟରେ କିଶୋରଙ୍କ ପ୍ରଥମ ଡ଼ୋଜ୍ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ, କଲେଜରେ ମଧ୍ୟ ଟିକାକରଣ କରାଯିବ ।

ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିବେ । ସ୍କୁଲ ଅଧ୍ୟକ୍ଷମାନେ ତାଲିକା ପ୍ରସ୍ତୁତ କରିବେ । ତାଲିକା ଅନୁସାରେ ସିଡ଼ିଏମଓ ଟିକାକରଣ ବ୍ୟବସ୍ଥା କରିବେ ବୋଲି କୁହାଯାଇଛି ।

ତେବେ ଭୁବନେଶ୍ବରରେ 35 ଟି ଟୀକାକାରଣ କେନ୍ଦ୍ରରେ ଟିକା ଦିଆଯାଉଛି ଏବଂ ଗୋଟିଏ ଦିନରେ 250 ଜଣଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା ରହିଛି। 200 ଜଣ ସ୍ଲଟ ବୁକିଙ୍ଗ ଏବଂ 50 ଜଣ ସ୍ପଟ ବୁକିଙ୍ଗ କରି ଟିକା ନେଇପାରିବେ। ଏବେ ରାଜ୍ୟରେ 2600 ଟୀକାକରଣ କେନ୍ଦ୍ର ଅଛି । ସେଥିମଧ୍ୟରୁ କିଶୋରଙ୍କ ପାଇଁ କିଛି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର ରହିବ । ଏପରିକି ଟୀକାକରଣ କେନ୍ଦ୍ରରେ ଅନସାଇଟ ସ୍ପଟ ବୁକିଂ କରି ମଧ୍ୟ ଟିକା ନେଇପାରିବେ ।

Related Posts