୨୦୨୨ ଜାନୁଆରୀର ୩୧ଦିନରୁ ୧୬ ଦିନ ବ୍ୟାଙ୍କ ବନ୍ଦ

୨୦୨୨ ଜାନୁଆରୀ ମାସରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ | ୩୧ ଦିନରୁ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ | ଏହି ଦିନଗୁ଼ଡିକ ମଧ୍ୟରୁ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର, ମାସକର ସମସ୍ତ ରବିବାର ସହ ପର୍ବପର୍ବାଣୀ ଛୁଟି ତାଲିକାରେ ଅନ୍ତର୍ଭୃକ୍ତ ରହିଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍ ସେବା ଦିବସ କାର୍ଯ୍ୟସୂଚୀରେ ପ୍ରକାଶ କରାଯାଇଛି ।

ଚଳିତ ମାସ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ । ସେହିଭଳି ରାଜ୍ୟ ଅନୁଯାୟୀ ଛୁଟି ଅଲଗା ହେବ ବୋଲି ଆରବିଆଇ ପକ୍ଷରୁ ଜାରି ଛୁଟି ତାଲିକାରୁ ସୂଚନା ମିଳିଛି । ତାଲିକା ଅନୁସାରେ ୯ଟି ରାଜ୍ୟର ପର୍ବ ଅନୁସାରେ ଛୁଟି ରହିଛି । ଯାହା ଆରମ୍ଭ ହୋଇଯାଇଛି । ଯାହା ଜାନୁଆରୀର ପ୍ରଥମ ଦିନ ବା ନୂଆବର୍ଷରେ ଅନେକ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିଥିଲା ।ପ୍ରକାଶ ଥାଉ କି ଗତ ଡିସେମ୍ବର ୨୦୨୧ରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ପାଇଁ ଛୁଟି ବ୍ୟତୀତ ଦୁଇଦିନ ବ୍ୟାଙ୍କ ବନ୍ଦ ରହିଥିଲା । କେନ୍ଦ୍ର 2021-22 ବଜେଟରେ ଦୁଇଟି ସାର୍ବଜନୀନ କ୍ଷେତ୍ରର ଋଣଦାତାଙ୍କୁ ଘରୋଇକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଥିଲେ ବ୍ୟାଙ୍କ ୟୁନିୟନ । ବ୍ୟାଙ୍କ ବନ୍ଦ କରି କର୍ମଚାରୀମାନେ ଧାରଣା ଦେଇଥିଲେ ଫଳରେ ବ୍ୟାଙ୍କ ସେବା ନ ପାଇ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା ।

Related Posts