୨୧ ଦିନ ହେଲା ପାକ୍‌ କବ୍‌ଜାରେ ବିଏସ୍‌ଏଫ୍‌ ଯବାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):୨୧ ଦିନ ହେଲା ପାକ୍‌ କବ୍‌ଜାରେ ବିଏସ୍‌ଏଫ୍‌ ଯବାନ । ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସାହୁଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଛନ୍ତି । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛଡ଼ିବା ପାଇଁ ବିଏସ୍‌ଏଫ୍‌ ଅଧିକାରୀମାନେ ଅନେକ ଥର ଫ୍ଲାଗ୍‌ ମିଟିଂ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ପାକ୍‌ ତରଫରୁ କୌଣସି ଉତ୍ତର ଆସିନି । ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଛି ।

Related Posts