୩୫ ପ୍ରାର୍ଥୀଙ୍କ ନାମରେ ସଙ୍ଗିନ ମାମଲା

ଓଡ଼ିଶା ଇଲେକ୍ସନ ୱାଚ ଓ ଏଡିଆର ପ୍ରଥମ ପର୍ଯ୍ୟାୟ ରିପୋର୍ଟ

ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳରୁ ୧୯୧ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଏସପି ପ୍ରାର୍ଥୀ ମଙ୍ଗଳାସାଇ ମାଝି ଏବଂ କଳାହାଣ୍ଡି ଲାଞ୍ଜିଗଡ଼ ସମତା କ୍ରାନ୍ତି ଦଳର ପ୍ରାର୍ଥୀ ଉଦ୍ଧବ ମୁଣ୍ଡାଙ୍କର ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ ।

ସର୍ବମୋଟ ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ ଆର୍ଥାତ ୨୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୩୫ ଜଣ ଅର୍ଥାତ ୧୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ସଙ୍ଗିନ ଆପରାଧିକ ମାମଲା ରହିଛି । ଭାଜପାର ୨୮ଟି ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ପ୍ରାର୍ଥୀ ଆର୍ଥାତ ୩୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଥିବା ବେଳେ ୮ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି ।

ସେହିପରି ଭାରତୀୟ ଜାତୀୟ କଂଗ୍ରେସର ୨୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ ପ୍ରାର୍ଥୀ ଅର୍ଥାତ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ୧୦ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି । ବିଜୁ ଜନତା ଦଳର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ଅର୍ଥାତ ୩୨ ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ୬ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି । ଅନୁରୂପ ଭାବେ ବିଏସ୍ପି ୨୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ଅର୍ଥାତ ୯ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ଜଣଙ୍କ ନାମରେ ସଙ୍ଗିନ ଆପରାଧିକ ମାମଲା ରହିଛି । ସେହିପରି ସମତାକ୍ରାନ୍ତି ଦଳ, ସିପିଆଇ(ଏମଏଲ)(ଏଲ) ଏବଂ ସିପିଆଇର ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି ।

ସେହିପରି ସ୍ଥାବର ଅସ୍ଥାବର ସମ୍ପତି ତାଲିକା ଦର୍ଶାଇଥିବା ୧୮୯ ଜଣ ପ୍ରାର୍ଥୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ । ତାଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୨୭ କୋଟି ଟଙ୍କାରୁ ଊଦ୍ଧ୍ୱର୍ । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀଙ୍କ ସମ୍ପତିର ମୂଲ୍ୟ ୧୭ କୋଟିରୁ ଊଦ୍ଧ୍ୱର୍ ଥିବାବେଳେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ପାତ୍ର୍ର । ତାଙ୍କ ସମ୍ପତିର ମୂଲ୍ୟ ସେ ୧୬ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବୋଲି ଦର୍ଶାଇଛନ୍ତି ।

ସମୁଦାୟ ପ୍ରାର୍ଥୀ ମଧ୍ୟରୁ ୨୮ ଜଣ ବିଜେଡି ପ୍ରାର୍ଥୀଙ୍କର ହାରାହାରି ସମ୍ପତିର ମୂଲ୍ୟ ୨.୫୮ କୋଟିରୁ ଊଦ୍ଧ୍ୱର୍ ହୋଇଥିବାବେଳେ ୨୭ ଜଣ କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପତି ୧.୯୫ କୋଟିରୁ ଊଦ୍ଧ୍ୱର୍ ରହିଛି । ୨୮ ଭାଜପା ପ୍ରାର୍ଥୀଙ୍କ ହାରାହାରି ସମ୍ପତିର ମୂଲ୍ୟ ୨.୦୬ କୋଟି ଟଙ୍କା ଦର୍ଶାଯାଇଛି । ସେହିପରି ୨୨ ବିଏସପି ପ୍ରାର୍ଥୀଙ୍କ ସମ୍ପତିର ମୂଲ୍ୟ ୪୪.୮୧ ଲକ୍ଷ ଟଙ୍କା ବୋଲି ଉଲ୍ଲେଖ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱ ବିହାରୀ ବିଶୋଇ ଏବଂ ନୂଆପଡ଼ା ଜିଲ୍ଲା ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଲୋଚନ ସିଂ ମାଝି ଉଭୟେ କୌଣସି ସମ୍ପତି ନ ଥିବା ଦର୍ଶାଇଛନ୍ତି । ସେହିପରି ସବୁଠାରୁ କମ ସମ୍ପତି ଥିବା ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ସୁବାସ ଚନ୍ଦ୍ର ଗୌଡୋ । ତାଙ୍କର ସମ୍ପତିର ମୂଲ୍ୟ ସର୍ବନିମ୍ନ ୧ ହଜାର ଟଙ୍କା ଦର୍ଶାଇଛନ୍ତି ।

କୋରାପୁଟ ଜିଲ୍ଲା କୋରାପୁଟ ନିର୍ବାଚନ ମଣ୍ଡଳୀର ଏସୟୁସିଆଇ(ସି) ପ୍ରାର୍ଥୀ ରାମ ବାରିକ ତାଙ୍କର ସମ୍ପତିର ମୂଲ୍ୟ ୧୫ ଶହ ୬୬ ଟଙ୍କା ଦର୍ଶାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସିପିଆଇ (ଏମଏଲ) ପ୍ରାର୍ଥୀ ପୂର୍ଣ୍ଣ ମାନଡିଙ୍ଗି ସମ୍ପତିର ମୂଲ୍ୟ ୫ ହଜାର ଟଙ୍କା ଦର୍ଶାଇଛନ୍ତି । ସେହିପରି ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ ଜଣ ଅର୍ଥାତ ୫୦ ପ୍ରତିଶତରୁ ଊଦ୍ଧ୍ୱର୍ ପ୍ରାର୍ଥୀ ତାଙ୍କର ଆୟକର ସମ୍ପର୍କିତ ତଥ୍ୟ ପ୍ରଦାନ କରିନାହାନ୍ତି ।

ତେବେ ଅଧିକ ଆୟ କରୁଥିବା କେତେକ ପ୍ରାର୍ଥୀ ଆୟକର ସଂକ୍ରାନ୍ତୀୟ ତଥ୍ୟ ଘୋଷଣା କରିନାହାନ୍ତି । ସେମାନେ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଜେଡି ପ୍ରାର୍ଥୀ କଲ୍ୟାଣୀ ଗଜପତି, ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ସୁବାସ ରାଉତ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସକାଶେ ସ୍ୱାଧୀନ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଜୋଶୀ ଏବଂ କୋରାପୁଟ ଜିଲ୍ଲା କୋରାପୁଟ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ତ୍ରିପୁରାରୀ ଗୋରଡ଼ା ।

ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ୧୦୧ ଜଣ ପ୍ରାର୍ଥୀ ଅର୍ଥାô ୫୩ ପ୍ରତିଶତଙ୍କ ଶିକ୍ଷାଗତ ଯୋଗ୍ୟତା ରହିଥିବା ବେଳେ ୮୨ ଜଣ ପ୍ରାର୍ଥୀ ଅର୍ଥାô ୪୩ ପ୍ରତିଶତଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ ତଦୂଦ୍ଧ୍ୱର୍ ଥିବା ଦର୍ଶାଇଛନ୍ତିୟ ସେହିପରି ଜଣେ ପ୍ରାର୍ଥୀ ନିଜକୁ ସାକ୍ଷର ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ପ୍ରାର୍ଥୀ ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିନାହାନ୍ତିୟ ୨୫ରୁ ୪୦ ବର୍ଷ ବୟସ ମଧ୍ୟରେ ୫୯ ଜଣ ପ୍ରାର୍ଥୀ ଅର୍ଥାô ୩୧ ପ୍ରତିଶତ ପ୍ରାର୍ଥୀ ରହିଥିବାବେଳେ, ୪୧ରୁ ୬୦ ବର୍ଷ ବୟସ ମଧ୍ୟରେ ୧୧୦ ଜଣ ପ୍ରାର୍ଥୀ ଅର୍ôଥ ୫୮ ପ୍ରତିଶତ ପ୍ରାର୍ଥୀ ରହିଛନ୍ତିୟ ହେଲେ ୬୧ରୁ ୭୦ ବର୍ଷ ବୟସ ମଧ୍ୟରେ ୧୯ ଜଣ ଅର୍ôଥ ୧୦ ପ୍ରତିଶତ ପ୍ରାର୍ଥୀ ରହିଥିବା ବେଳେ ଜଣେ ପ୍ରାର୍ଥୀ ତାଙ୍କର ବୟସ ଉଲ୍ଲେଖ କରିନାହାନ୍ତିୟ ପ୍ରଥମ ପର୍ଯ୍ୟାୟରେ ୧୬ ଜଣ ଅର୍ଥାô ୯ ପ୍ରତିଶତ ମହିଳା ର୍ନିବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତିୟ

Leave A Reply

Your email address will not be published.