
୯୦ ବର୍ଷ ବୟସରେ ଆଖି ବୁଜିଲେ ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ | ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି | ଜୀବନବ୍ୟାପି ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼େଇ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଏଥିପାଇଁ ତାଙ୍କୁ ଦକ୍ଷିଣ ଆଫ୍ରିକାର ଆର୍ଚବିଶପ ଭାବେ ପରିଚୟ ହାସଲ କରିଥିଲେ।
୧୯୯୦ ମସିହାରେ ଟୁଟୁ କ୍ୟାନସର ଜନିତ ସମସ୍ୟାରେ ପଡ଼ିଥିଲେ। ଏହାପରେ ସେ ସୁସ୍ଥ ହୋଇ ଯାଇଥିଲେ। କିନ୍ତୁ ବୟସ ବଢ଼ିବା ସହ ବିଗତ କିଛି ବର୍ଷ ହେଲା ସେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ। ଆଜି ଶେଷରେ କେପ ଟାଉନରେ ଥିବା ଓଆସିସି ଫ୍ରଇଲ କେୟାର ସେଣ୍ଟର୍ରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
ବିନା ହିଂସାରେ ବର୍ଣ୍ଣବୈଷମ୍ୟ ପାଇଁ ଲଢ଼େଇ କରି ସଫଳତା ପାଇଥିବା ଟୁଟୁଙ୍କୁ ୧୯୮୪ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।