2019ରେ ମୋଦି Vs ପ୍ରିୟଙ୍କା !

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ରାହୁଲ ଗାନ୍ଧି ନିଜ ଭଉଣୀ ପ୍ରିୟଙ୍କାଙ୍କୁ ରାଜନୀତିକୁ ଓହ୍ଲାଇ ରାଜନୈତିକ ମହଲରେ ଖେଳାଇ ଦେଇଛନ୍ତି ଭୂକମ୍ପ । ଏହି ପଦକ୍ଷେପ ନରେନ୍ଦ୍ର ମୋଦି ବନାମ ପ୍ରିୟଙ୍କା ଗାନ୍ଧିଙ୍କ ଲଢ଼େଇ ଭାବେ ଦେଖାଯାଉଛି ।

2019ର ନିର୍ବାଚନୀ ରଣ ଲଗାତାର ରୋଚକ ହେବାରେ ଲାଗିଛି । ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଗକୁ ଆଣି 2019 ପାଇଁ ସବୁଠାରୁ ବଡ଼ ଗୋଟି ଚଳାଇଛନ୍ତି । ପୁଣି ଏହି ଗୋଟି ଚଳାଯାଇଛି ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ, ଯେଉଁଠାରୁ ଦିଲ୍ଲୀ ଦଖଲର ରାସ୍ତା ସ୍ଥିର ହୁଏ । ପ୍ରିୟଙ୍କା ଗାନ୍ଧିଙ୍କ ହାତରେ ଉତ୍ତରପ୍ରଦେଶର ଦାୟିତ୍ବ ଆସିବା ଫଳରେ ଏକଥା ସ୍ପଷ୍ଟ ହୋଇଛି ଯେ ଅତି କମ୍‌ରେ ଉତ୍ତରପ୍ରଦେଶରେ ତ ମୁକାବିଲା ପ୍ରିୟଙ୍କା ଗାନ୍ଧି ବନାମ ନରେନ୍ଦ୍ର ମୋଦି ହେବ ।

ଯଦିଓ ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ପ୍ରବେଶକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । କ’ଣ ରାହୁଲ ଗାନ୍ଧି କଂଗ୍ରେସକୁ ନେଇ ନିଜର ଚିନ୍ତାଧାରାକୁ ଆଗକୁ ନେବାରେ ଅସଫଳ ହେଲେ ବା ଏକୁଟିଆ ହୋଇଗଲେ, ଯେ ତାଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କର ଆବଶ୍ୟକତା ପଡ଼ିଲା ।

ପ୍ରିୟଙ୍କା ଗାନ୍ଧି ବନାମ ନରେନ୍ଦ୍ର ମୋଦି

2014ର ନିର୍ବାଚନୀ ଅଭିଯାନ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 56 ଇଞ୍ଚ ବାଲା ବୟାନ ଦେଇଥିଲେ, ସେତେବେଳେ ପ୍ରିୟଙ୍କା ଗାନ୍ଧି ତାଙ୍କୁ କରିଥିଲେ ପାଲଟା ଆକ୍ରମଣ । ପ୍ରିୟଙ୍କା କହିଥିଲେ 56 ଇଞ୍ଚର ଛାତି ନୁହେଁ ବରଂ ହୃଦୟ ବଡ଼ ହେବା ଉଚିତ । ଅର୍ଥାତ୍‌ ପ୍ରିୟଙ୍କା ଗାନ୍ଧି ଓ ନରେନ୍ଦ୍ର ମୋଦିଙ୍କ ଭିତରେ ପୁଣି ଥରେ ହେବାକୁ ଯାଉଛି ସିଧା ଟକ୍କର ।

ନରେନ୍ଦ୍ର ମୋଦିଙ୍କ ବଳି ବକ୍ତାଙ୍କର ସାମ୍ନା କରିବାକୁ କଂଗ୍ରେସକୁ ଏହି ଭାଷାର ବି ଆବଶ୍ୟକତା ରହିଛି ଆଉ ସେମିତି ଭାବର ବି । କାରଣ ଉତ୍ତରପ୍ରଦେଶର 80ଟି ଆସନ ମଧ୍ୟରୁ 2ଟି ଆସନକୁ ନେଇ ସନ୍ତୁଷ୍ଟ ହୋଇଯିବା କଂଗ୍ରେସର ରାଜନୀତିକୁ ସଙ୍କୁଚିତ କରିଦେବ ।

ପୂର୍ବାଞ୍ଚଳ କାହିଁକି ?

ରାହୁଲ ଗାନ୍ଧି ନିଜ ଭଉଣୀଙ୍କୁ ପୂର୍ବାଞ୍ଚଳର ଦାୟିତ୍ବ ଦେଇଛନ୍ତି । ଲୋକସଭା ନିର୍ବାଚନ ଦୃଷ୍ଟିରୁ ଏହା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ । ପୂର୍ବାଞ୍ଚଳରେ ରହିଛି 28ଟି ଜିଲ୍ଲା । ଏହି 28ଟି ଜିଲ୍ଲାରେ ରହିଛି 32ଟି ଲୋକସଭା ଆସନ ଆଉ ବିଧାନସଭାର 159 ସିଟ୍‌ । ପୂର୍ବାଞ୍ଚଳରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଆସନ ବାରାଣସୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଞ୍ଚଳ ଗୋରଖପୁର ବି ଆସୁଛି ।

ପୂର୍ବାଞ୍ଚଳର ସମୀକରଣ କ’ଣ ?

ପୂର୍ବାଞ୍ଚଳର 32ଟି ଆସନ ମଧ୍ୟରୁ ଗୋରଖପୁର ଓ ଫୁଲପୁର ଲୋକସଭା ଆସନରେ ଉପନିର୍ବାଚନ ହାରିବା ପରେ ବିଜେପି ପାଖରେ ଏବେ 28ଟି ଆସନ ରହିଛି । ସମାଜବାଦୀ ପାର୍ଟି ପାଖରେ 3ଟି ଆସନ । କଂଗ୍ରେସ ପାଖରେ ରହିଛି ଦୁଇଟି ସିଟ୍‌ ।

ଏହିପରି ବିଧାନସଭାରେ ବି ବିଜେପି ଆଗରେ କଂଗ୍ରେସର ସ୍ଥିତି ହିଁ ନାହିଁ । ଏହି କାରଣରୁ ହିଁ ମାୟାବତୀ ଓ ଅଖିଳେଶ ଯାଦବଙ୍କୁ ହାତ ମିଳାଇବାକୁ ପଡ଼ିଲା । ରାହୁଲ ପ୍ରିୟଙ୍କାଙ୍କୁ ସାମ୍ନାକୁ ଆଣି ପ୍ରମାଣିତ କରିବାକୁ ଚାହାନ୍ତି ଯେ ଉତ୍ତର ପ୍ରଦେଶର ଆଶା ନା ମୋଦି ନା ଯୋଗୀ ନା ଅଖିଳେଶ ନା ମାୟାବତୀ । ଉତ୍ତର ପ୍ରଦେଶର ଆଶା ତ କେବଳ ପ୍ରିୟଙ୍କା ଗାନ୍ଧି ।

ରାହୁଲଙ୍କ ବ୍ରହ୍ମାସ୍ତ୍ର !

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରିୟଙ୍କା ଗାନ୍ଧିଙ୍କ ରାଜନୀତିକୁ ଆସିବାର ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ନୁହେଁ । କିନ୍ତୁ ରାହୁଲ ଗାନ୍ଧି ଏ ବାବଦରେ କାହାରିକୁ କୌଣସି ସୂଚନା ପାଇବାକୁ ମଧ୍ୟ ଦେଇନ ଥିଲେ । ସେ ଆରାମରେ ଆମେଠିରେ ପହଞ୍ଚିଲେ, ଅଶୋକ ଗେହଲଟ ରାଜସ୍ଥାନର ରାଜ ଚଳାଉଥିଲେ ।

ଗୋଟିଏ ଚିଠି ଦିଲ୍ଲୀରୁ ଜାରି କରିଦିଆଗଲା ଯେ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶର ପୂର୍ବ ଭାଗ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେଉ ହେଉ ରହିଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ପଶ୍ଚିମ ଉତ୍ତରପ୍ରଦେଶରେ କଂଗ୍ରେସର ନୌକା ପାର୍‌ କରିବେ ।

ରାହୁଲ 2019ର ସବୁଠାରୁ ବଡ଼ ନିର୍ବାଚନର ମାତ୍ର 3 ମାସ ପୂର୍ବରୁ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ରୂପରେ ଏକ ବ୍ରହ୍ମାସ୍ତ୍ର ଚଳାଇଲେ । ତାଙ୍କୁ ମାଲୁମ ଅଛି ଯେ ଲୋକେ ପ୍ରିୟଙ୍କାଙ୍କ ଭିତରେ ଇନ୍ଦିରାଙ୍କ ଛବି ଦେଖନ୍ତି । ସେ ଯୁବ ବର୍ଗଙ୍କ ଭିତରେ କମାଲ୍‌ କରିପାରନ୍ତି । ନିଜ ସହ ତୁରନ୍ତ ଲୋକଙ୍କୁ ଯୋଡ଼ି ପାରିବାର ପ୍ରିୟଙ୍କାଙ୍କର କଳା କମାଲ କରିପାରେ ।

Comments are closed.