ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଗୁଜରାଟର ହଡପ୍ପା ଯୁଗର ସହର ଧୋଲାଭିରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୁଜୁରାଟର ହରପ୍ପା ଯୁଗର ସହର ଧୋଲାଭିରା ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। ମିଳିତ ଜାତିସଂଘ ସଂଗଠନ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି। ତେଲେଙ୍ଗାନାର ୱାରଙ୍ଗାଲର ପାଲମ୍ପେଟ ସ୍ଥିତ ରାମପ୍ପା ମନ୍ଦିର ପରେ ଚଳିତ ମାସରେ ବିଶ୍ୱ ଐତିହ୍ୟ ତାଲିକାରେ ଏହା ଭାରତର ଦ୍ୱିତୀୟ ସ୍ଥାନ ଅଟେ। ୟୁନେସ୍କୋ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଭାରତର ମୋଟ ୪୦ଟି ସ୍ଥାନ ବିଶ୍ୱ ଐତିହ୍ୟରେ ସାମିଲ ହୋଇଛି।

ୟୁନେସ୍କୋର ଟୁଇଟ୍ ଅନୁଯାୟୀ, ‘‘ଧୋଲାଭିରା: ଭାରତର ଏକ ହରପ୍ପା ସହର ବିଶ୍ୱ ଐତିହ୍ୟ ତାଲିକାରେ ଯୋଡି ହୋଇଛି। ଅଭିନନ୍ଦନ! ‘ ଗୁଜୁରାଟର ପାଭଗଡ ନିକଟ ଚମ୍ପାନର୍, ପାଟନର ରାନୀ କି ଭାଭ୍ ଏବଂ ଅହମ୍ମଦାବାଦ ଭଳି ୪ ସହର ବିଶ୍ୱ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି ।

ୟୁନେସ୍କୋ ବିଶ୍ୱ ଐତିହ୍ୟ କମିଟିର 44 ତମ ଅଧିବେଶନରେ ଧୋଲାଭିରା ଏବଂ ରାମପ୍ପା ମନ୍ଦିର ଏହି ତାଲିକାରେ ସ୍ଥାନ ପାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଏହି ଖବରକୁ ନେଇ ବହୁତ ଖୁସି ଅଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଧୋଲାଭିରା ଏକ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଏବଂ ଆମର ଅତୀତ ସହିତ ଯୋଡ଼ି ହେବାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ ।

ବିଶେଷ କରି ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ସେଠାକୁ ବୁଲି ଯିବା ଜରୁରୀ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି।

ସେ କହିଛନ୍ତି, “ମୁଁ ମୋର ଛାତ୍ର ଜୀବନରେ ପ୍ରଥମ ଥର ପାଇଁ ଧୋଲାଭିରା ଯାଇଥିଲି ଏବଂ ସେହି ସ୍ଥାନ ଦେଖି ମୁଁ ବିସ୍ମିତ ହୋଇଯାଇଥିଲି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ଧୋଲାଭିରାରେ ଐତିହ୍ୟ ସ୍ଥଳ ସଂରକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟ ସହ ଜଡିତ କାର୍ଯ୍ୟ କରିବାର ସୁଯୋଗ ପାଇଲି। ପର୍ଯ୍ୟଟନ ଅନୁକୂଳ ଭିତ୍ତିଭୂମି ସୃଷ୍ଟି ପାଇଁ ଆମର ଦଳ ମଧ୍ୟ ସେଠାରେ କାର୍ଯ୍ୟ କରିଥିଲେ ।

ବିଶ୍ୱ ଐତିହ୍ୟ କମିଟିର ଏହି ଅଧିବେଶନ ଅନଲାଇନରେ ଚୀନ୍‌ର ଫୁଜୋରେ କରାଯାଉଛି। ଏହା ଜୁଲାଇ ୧୬ରେ ଆରମ୍ଭ ହୋଇଥିଲା ବେଳେ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି ।

ସମ୍ପ୍ରତି ଅଧିବେଶନରେ, ସାମ୍ପ୍ରତିକ କାର୍ଯ୍ୟ ଏବଂ ଗତ ବର୍ଷର ବିଚାରାଧୀନ ପ୍ରସଙ୍ଗ ଉପରେ କାର୍ଯ୍ୟ କରାଯାଉଛି । ଗତ ବର୍ଷ କୋଭିଡ -19 କାରଣରୁ ବାର୍ଷିକ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା ।

ଏନେଇ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟୁଇଟ କରି ଖୁସିବ୍ୟକ୍ତ ସେ କହିଛନ୍ତି ଯେ ଆଜି ଭାରତ ପାଇଁ ବିଶେଷ କରି ଗୁଜୁରାଟ ପାଇଁ ଗର୍ବର ଦିନ। “2014 ପରଠାରୁ, ଭାରତର 10 ଟି ନୂତନ ସ୍ଥାନ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

Related Posts