୩୬ ରନରେ ଜିତିଲା ଭାରତ

କ୍ରିକେଟ୍ ବିଶ୍ୱକପ୍ ର ଏକ ରୋମାଂଚକର ମ୍ୟାଚ୍ ରେ ଭାରତ ଠାରୁ ଅଷ୍ଟ୍ରେଲିଆ ପରାଜୟ ବରଣ କରିଛି । ଇଂଲଣ୍ଡର ଓଭାଲ ଠାରେ ଖେଳାଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ମେନ ଇଂବ୍ଲୁ ପାଖରେ ଧରାଶାୟୀ ହୋଇଛି କଙ୍ଗାରୁ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିସ୍ପର୍ତ୍ତି ନେଇଥିବା କୋହଲି ବାହିନୀ ଅଷ୍ଟ୍ରେଲିଆ ଆଗରେ ୩୫୩ ରନ ର ଏକ ବିରାଟ ଟାର୍ଗେଟ ଛିଡା କରାଇଥିଲା ।
ଭାରତ ପକ୍ଷରୁ ଶିଖର ଧବନ ଶତକୀୟ ଇନିଷ୍ ଖେଳି ୧୧୭ ରନ କରିଥିଲେ । ଏହା ପରେ ୩୫୩ ରନ ର ବିଜୟ ଲକ୍ଷ କୁ ନେଇ ପଡିଆ କୁ ଓଲ୍ହାଇଥିବା କଙ୍ଗାରୁ ଦଳ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲା । ଦଳ ୫୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୩୧୬ ରନ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩ ଓ୍ଵିକେଟ, ଭୁବନେଶ୍ୱର କୁମାର ୩ ଓ୍ଵିକେଟ ନେଇଥିଲେ ।

Related Posts