ଆନ୍ଦୋଳନରତ ଓକିଲଙ୍କୁ ଷ୍ଟେଟ ବାର କାଉନସିଲର ନିର୍ଦ୍ଦେଶ; ତୁରନ୍ତ କାର୍ଯ୍ୟରେ ଯୋଗ ଦିଅ, ନଚେତ୍ ବାତିଲ ହେବ ଲାଇସେନ୍ସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆନ୍ଦୋଳନ ଚଳାଇଥିବା ୫ ବାର୍ ଆସୋସିଏସନ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଷ୍ଟେଟ ବାର କାଉନସିଲ୍ ନିର୍ଦ୍ଦେଶ ଦେଇଛି। ନଚେତ ଆନ୍ଦୋଳନରେ ସାମିଲ ଥିବା ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ କୁହାଯାଇଛି । ବାର କାଉନସିଲ ଅଫ ଇଣ୍ଡିଆର ନିଷ୍ପତ୍ତି କ୍ରମେ ଷ୍ଟେଟ ବାର କାଉନସିଲ୍ ଏହି ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର, ବଡମ୍ବା, ଟାଙ୍ଗି, ତାଳଚେର , ପାଲଲହଡା ବାର୍ ଆସୋସିଏସନକୁ ନୋଟିସ୍ ଦିଆଯାଇଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଓ ଅନ୍ୟାନ୍ୟ ଦାବିରେ ଆଇନଜୀବୀ ଆନ୍ଦୋଳନ କରୁଛନ୍ତି । ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲାରେ ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଥିଲେ,୨ ଦିନ ଭିତରେ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସମସ୍ତଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସର୍ବୋଚ୍ଚ ନ୍ୟାୟଳୟ ଉଦବେଗ ପ୍ରକାଶ କରି କହିଥିଲେ, ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକ ନ୍ୟାୟ ପାଇବାରକୁ ବଞ୍ଚିତ ହେଉଛନ୍ତି । କେବଳ ସାଧାରଣ ଜନତା ନୁହନ୍ତି,ଜୁନିଅର ବାର ମେମ୍ବରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡିଶା ଷ୍ଟେଟ୍ ବାର କାଉନସିଲକୁ ବାର କାଉନସିଲ୍ ଅଫ ଇଣ୍ଡିଆ ଚିଠି ଲେଖିଥିଲେ ।

Related Posts