
ସତ୍ୟପାଠ 21/12 : ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଓ ଟିମ୍ ସାଉଦି ନିଜର ମନ୍ତବ୍ୟ ରଖିଛନ୍ତି । ଟିମ୍ ସାଉଦି କହିଛି ଯେ T20 ଓ ODI ର ଅଧିନାୟକ ନହେବାରୁ ବିରାଟଙ୍କ ଉପରେ ଚାପ କମିଛି। ସାଉଦି କହିଛନ୍ତି ଯେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦଦାୟକ ଯେ ସେମାନଙ୍କ ପ୍ରିୟ ଖେଳାଳି ଅଧିନାୟକତ୍ୱ କରନ୍ତି ଏବଂ ପରେ ବ୍ୟାଟିଂ କିମ୍ବା ବୋଲିଂରେ ଆଗଭଳି ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଏହା ସହଜ ନୁହେଁ। ୨୦୦୮ ଅଣ୍ଡର-୧୯ ବିଶ୍ୱକପ ପରଠାରୁ ସାଉଦି ଏବଂ ବିରାଟ ପରସ୍ପରକୁ ଜାଣିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିସିସିଆଇ ରୋହିତଙ୍କୁ ଅଧିନାୟକ ଭାବରେ ସ୍ଥାନିତ କରିଛି। ଏଥି ସହିତ କୋହଲି ଟି-20 ଦଳର ଅଧିନାୟକତ୍ୱ ଛାଡି ସାରିଛନ୍ତି। ବର୍ତ୍ତମାନ ବିରାଟ କେବଳ ଟେଷ୍ଟ ଦଳର ଅଧିନାୟକ ଏବଂ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ତାଙ୍କର ଅନେକ ସମୟ ଅଛି। ତେବେ ବିରାଟ ଯେଉଁଭଳି ଭାବରେ ODI ଅଧିନାୟକତ୍ୱରୁ ବଞ୍ଚିତ ହୋଇଥିଲେ, ଏହାକୁ ନେଇ ଅନେକ ବିବାଦ ଲାଗି ରହିଥିଲା | ଆମାଜନ ପ୍ରାଇମକୁ ଦେଇଥିବା ଏକ ସାକ୍ଷାତକାରରେ ଟିମ ସାଉଦି କହିଛନ୍ତି ଯେ ଭାରତ ଅଧିନାୟକତ୍ୱରେ କେତେ ଚାପ ପଡୁଛି ସେ ଜାଣି ନାହାଁନ୍ତି, କିନ୍ତୁ ବିରାଟ ଦୀର୍ଘ ଦିନ ଧରି ଏହା କରିଆସୁଛନ୍ତି ।