ଭୋର ଭୋର ରୁ ଥରିଲା ଉତ୍ତରାଖଣ୍ଡର ଉତ୍ତରକାଶୀ | ଆଜି ଭୋର ୫ଟା ୩ ମିନିଟ ସମୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ବେଳେ, ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀ ଠାରୁ ୩୯ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୮ କିଲୋମିଟର ରହିଛି । ଏହାର ଦ୍ରାଘିମା ୩୦.୭୨ ପ୍ରତିଶତ ଓ ଅକ୍ଷାଂଶ ୭୮.୮୫ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ |