ଗଙ୍ଗାରେ ବୁଡ଼ିଗଲା ଡଙ୍ଗା, ଶିଶୁ ସହ ୧୪ ମୃତ
ଗଙ୍ଗା ନଦୀରେ ବଡ଼ ଅଘଟଣ। ଭୋଜି ପାଇଁ ଯିବାବେଳେ ବୁଡ଼ିଗଲା ଡଙ୍ଗା। ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ବିହାର ହାଜିପୁର ଜିଲ୍ଲା ରାମପୁର ଶ୍ୟାମଚାନ୍ଦ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ନାବାଳକ ଅଛନ୍ତି। ରାମପୁର ଶ୍ୟାମଚନ୍ଦ ଗାଁ ନିକଟ ଗଙ୍ଗା ନଦୀରେ ପ୍ରାୟ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଛୋଟ ଡଙ୍ଗା ନଦୀର ପ୍ରବଳ ସ୍ରୋତ ଏବଂ ଅତ୍ୟଧିକ ବୋଝ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
