ଓରାଙ୍ଗଉଟାନ ପ୍ରସଙ୍ଗ: ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ ଘଟଣା ପଛରେ ଏକ ବଡ଼ ରାକେଟ୍
ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ। ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଓରାଙ୍ଗଉଟାନକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ବଡ଼ ବୟାନ। ଘଟଣା ପଛରେ ଏକ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଥିବା ବେଳେ, ଏହାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ।
ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ପାରିବାରିକ କଳହରୁ ଉନ୍ମତ୍ତ କାଣ୍ଡ। ପୂଜାପାଠକୁ କେନ୍ଦ୍ର କରି ପତ୍ନୀ ଏବଂ ଦୁଇ ଜଣ ପୁରୋହିତଙ୍କୁ ଗୁଳି କରି ହତ୍ୟା କରି ପରେ ନିଜ ପିଲାମାନଙ୍କୁ ବନ୍ଧକ ରଖିଥିବା ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ।
ବାଲେଶ୍ୱର ସହର ଡିଆଇସି ଛକ ନିକଟସ୍ଥ ଶାନ୍ତି ରେସ୍ତୋରାଁରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ରେସ୍ତୋରାଁର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡରେ ରେସ୍ତୋରାଁଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟରେ ଥିବା କିଛି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
:ଦାଦାବଟି ମାଗିବା ଓ ପରେ ଛୁରୀରେ ଆକ୍ରମଣ କରିବା ଅଭିଯୋଗରେ େପାଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ତନ୍ମୟ ବାଞ୍ଛୋର।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସକୁ ବଡ଼ ସଫଳତା ମିଳିଛି । ଗାଡ଼ି ଯାଞ୍ଚ ବେଳେ ଜଣେ ବ୍ୟକ୍ତିଙ୍କ ନିକଟରୁ ହାତୀ ଦାନ୍ତ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ରଖି ତଦନ୍ତ କରାଯାଉଛି ।
ପଞ୍ଜାବର ଅମୃତସର ଜିଲ୍ଲାରେ କର୍ତ୍ତବ୍ୟରତ ସବ୍-ଇନ୍ସପେକ୍ଟର (ଏଏସଆଇ) ହରଜିତ୍ ସିଂହଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି।
ଦାରାଙ୍କ ଆଗୁଆ ମୁକ୍ତି ଆବେଦନ ମାମଲାର ଶୁଣାଣି ପୁଣି ସୁପ୍ରିମକୋର୍ଟରେ ଘୁଞ୍ଚିଲା। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ସମୟ ମାଗିଲେ ଦାରା ସିଂଙ୍କ ଓକିଲ ଏ.ପି ସିଂହ।
ବନ୍ଧୁକ କାରବାର କରିବା ଅଭିଯୋଗରେ େପାଲିସ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ବିର୍ସା ବ୍ଲକ୍ ରୋଡର ସାହିଲ ଖାଁ ଓରଫ ସାନୁ (୨୬) ଓ ମକସଦ ଖାଁ ।
ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, ତିମିର, ମନୋଜ, ଦୀପକ ଓ ରାକେଶ ଆଜି ସକାଳେ କୋଲକାତା
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ରିଆମାଳ ସଦରମହକୁମାରେ େପ୍ରମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ପୁରୀ ସହରରେ ବିଭିନ୍ନ ଖଜା ଗୋଦାମ ଉପରେ ପୋଲିସ ଚଢ଼ାଉ କରିଛି। ସିଟି ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍। ଟାଉନ ପୋଲିସ, ଖାଦ୍ୟ ସୁରକ୍ଷା ବିଭାଗ ଏବଂ ଓଜନ ଓ ମାପ ବିଭାଗର ମିଳିତ ଟିମ୍ ଏହି ଚଢ଼ାଉ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ନିମ୍ନମାନର ଏବଂ ନକଲି ଖଜା ଅଧିକ ଦାମରେ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।
ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ। ଫାରସେଗଡ଼ ପୋଲିସ ଷ୍ଟେସନ ଅଧୀନରେ ଥିବା ବଡେଲୱାଡା ଜଙ୍ଗଲରୁ ଜବତ କରାଯାଇଛି। ଫରସେଗଡ଼ ପୋଲିସ ଷ୍ଟେସନ, ଡିଆରଜି ବିଜାପୁର ଏବଂ ବିଡିଏସ ଟିମ୍ ଦ୍ୱାରା ମିଳିତ ଅଭିଯାନବେଳେ ସଫଳତା। ବାଡେଲୱାଡ଼ା ଗାଁ ନିକଟ ଜଙ୍ଗଲ-ପାହାଡ଼ିଆ ଅଞ୍ଚଳରେ କୋମ୍ବିଂବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି।
ଜମ୍ମୁ-କଶ୍ମୀରର ଉଧମପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ରାତିଅଧିଆ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଉଧମପୁର ଜିଲ୍ଲାର ମଜାଲ୍ଟା ଅଞ୍ଚଳର ବ୍ରାଟଲ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ନିହତ ଦୁଇ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ପ୍ରକ୍ସି ସଂଗଠନ କାଶ୍ମୀର ଟାଇଗର୍ସ ସହ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ସଦରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟ୍ ଉଦ୍ୟମ ଘଟଣାରେ କୋଡିଙ୍ଗା ପୋଲିସକୁ ସଫଳତା ମିଳିଛି।
ଜମ୍ମୁ ଏବଂ କାଶ୍ମୀର ପୋଲିସ ରାଜୌରୀରେ ଏକ ଓଭର-ଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲୁ) ନେଟୱାର୍କର ପର୍ଦ୍ଦାଫାସ୍ କରିଛି। ଏହା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି) ସହିତ ଜଡିତ ଥିବା ସନ୍ଦେହ କରାଯିବା ସହ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
କଡ଼ା ସୁରକ୍ଷା ବଳୟକୁ ଭେଦି ଖୁଲମଖୋଲା ଲୁଟ୍ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ। ପୋଲିସକୁ ଖାତିର ନକରି ଘର ଭିତରେ ପଶି ଲୁଟ୍୍ ପାଟ କରି େଫରାର ହେବାରେ ସକ୍ଷମ ହେଉଛନ୍ତି।
ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଡିଏଫଓ। କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ସାମନାକୁ ଆସିଲା ଏଆଇ କୁମ୍ଭୀର।
ଚିକିତ୍ସା ବାହାନାରେ ଆସି ଘରେ ପଶି ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଆତଙ୍କିତ କରି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ।