ସ୍ମିତ୍ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଲେ ୟୁଏଇ ଉପପ୍ରଧାନମନ୍ତ୍ରୀ: କହିଲେ, ତୁମ ପାଇଁ ଆମେ ଗର୍ବିତ
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଉପପ୍ରଧାନମନ୍ତ୍ରୀ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍- ମକତୁମ୍ ଶନିବାର ବିମାନରେ ଆତଙ୍କବାଦୀ ଘଟଣାରେ ଆହତ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଅଲ୍- ମକତୁମ୍ କ୍ୟାପ୍ଟେନ ମାଚ୍ଛରଙ୍କ ସାହସ, କର୍ତ୍ତବ୍ୟବୋଧ ଓ ମାନବ ଜୀବନ ପ୍ରତି ଯତ୍ନଶୀଳତାକୁ ପ୍ରଶଂସା କରିଛନ୍ତି ଓ ତାଙ୍କ ପାଇଁ ୟୁଏଇ ଗର୍ବିତ ବୋଲି କହିଛନ୍ତି।
