ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ
ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନ ଅପହରଣ ସତର୍କତା ଜାରି ହେବା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନ ଅପହରଣ ଆଲର୍ଟ ପରେ ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦ ଜରୁରୀକାଳୀନ ଅବତରଣ କରିଥିଲା। ଅହମ୍ମଦାବାଦ ଏଟିସି ବିମାନ ସମ୍ପର୍କରେ ଏକ ସତର୍କ ସୂଚନା ପାଇଥିଲା। ପାଇଲଟ୍ କିଛି ସେକେଣ୍ଡ ପାଇଁ ସ୍କ୍ବାକ୍-୭୫୦୦ ଘୋଷଣା କରିଥିଲେ।
